ଘରୋଇ ବସ ମାଲିକଙ୍କ ଜୁଲୁମ; ପରିବହନ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବସମାଲିକଙ୍କ ଜୁଲୁମଗିରି ବଢ଼ିବାରେ ଲାଗିଛି । ଯାହାଫଳରେ ଯାତ୍ରୀ ନାହିନଥିବା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି । ଯାତ୍ରୀମାନଙ୍କ ଠାରୁ ମନଇଚ୍ଛା ଟଙ୍କା ନେଇ ଲୁଟିବାରେ ଲାଗିଛନ୍ତି ଘରୋଇ ବସ ମାଲିକ । ଯଦି ଯାତ୍ରୀମାନେ ମୁହଁ ଖୋଲିଲେ ତାହାଲେ ଆରମ୍ଭ ହୋଇ ଯାଉଛି ବସ କର୍ମଚାରୀଙ୍କ ଗୁଣ୍ଡାଗିରି । ଏସବୁକୁ ଦେଖି ମଧ୍ୟ ଜଣେ ଯାତ୍ରୀ ଚୁପ ରହିବାକୁ ବାଧ୍ୟ ହେଉଛି କାହିଁକିନା ପ୍ରଶାସନକୁ ଏ ଦିଗରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଏହାକୁ ଗୁରୁତର ଭାବରେ ନେଉ ନାହିଁ । ଏହା ମଧ୍ୟରେ ନୂଆ ଭାବେ ପରିବହନ ବିଭାଗ ଦାୟିତ୍ବ ନେଇଥିବା ମନ୍ତ୍ରୀ ଟୁକୁନି ସାହୁଙ୍କୁ ସମାଜବାଦୀ ପାର୍ଟି ପକ୍ଷରୁ ଏକ ଚିଠି ଲେଖାଯାଇଛି।

ବିଭିନ୍ନ ରୁଟ୍ରେ ଚାଲୁଥିବା ଘରୋଇ ବସ୍ଗୁଡ଼ିକୁ ଅଚାନକ ତନଖି କରିବା, ଯାତ୍ରୀମାନଙ୍କଠାରୁ ଅଧିକ ଭଡ଼ା ଆଦାୟ କରୁଥିବା ବସ୍ଗୁଡ଼ିକର ପରମିଟ୍ ବାତିଲ୍ କରିବା, ସାଧାରଣ ଯାତ୍ରୀଙ୍କୁ ନ୍ୟାୟ ଦେବା, କେଉଁ ବସ୍ ସାଧାରଣ କିମ୍ବା ଏକ୍ସପ୍ରେସ୍, ଡିଲକ୍ସ ତାହା ସ୍ପଷ୍ଟ ଭାବେ ବୋର୍ଡରେ ଲେଖିବା ଏବଂ ବସ୍ରେ ଭଡ଼ା ଲେଖି ଝୁଲାଇବା ଭଳି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଉକ୍ତ ଚିଠିରେ ଦାବି ଜଣାଇଛନ୍ତି। ତେବେ ଲୋକଙ୍କ ସ୍ବାର୍ଥରକ୍ଷା ପାଇଁ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନନେଲେ ସମାଜବାଦୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇି ବୋଲି ଶ୍ରୀ ବେହେରା ଚେତାବନୀ ଦେଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts