ଥୋମାସ କପ ଚାମ୍ପିୟନ ଦଳକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ଥୋମାସ କପ ଚାମ୍ପିୟନ ହେଲା ଭାରତ । ପ୍ରଥମ ଥର ଏହି କପ ଜିତିବା ସହ ଇତିହାସ ରଚିଛି ଭାରତୀୟ ପୁରୁଷ ଟିମ୍ । ୭୩ ବର୍ଷ ପରେ ଏହି ଐତିହାସିକ ସଫଳତା ହାସଲ କରିଛି । ଫାଇନାଲରେ ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରି ଏହି ସଫଳତା ପାଇଛି ଦଳ । ୧୪ ଥରର ବିଜେତାକୁ ହରାଇ କ୍ଲିନ ସୁଇପ କରିଥିଲେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ । ପ୍ରଥମ ମ୍ୟାଚରେ ଲକ୍ଷ୍ୟ ସେନ ଏନ୍ଥୋନୀ ସିନିସୁକାଙ୍କୁ ୮-୨୧,୨୧-୧୭,୨୧-୧୬ରେ ପରାସ୍ତ କରିଛନ୍ତି । ଦ୍ୱିତୀୟ ମୁକାବିଲାରେ ରାଙ୍କି ରେଡ୍ଡୀ, ଚିରାଗ ସେଟ୍ଟୀ ଯୋଡି ୧୮-୨୧, ୨୩-୨୧, ୨୧-୧୯ରେ ଜିତି ନେଇଛନ୍ତି । ସେହିଭଳି ତୃତୀୟ ମ୍ୟାଚରେ କାଦାମ୍ବୀ ଶ୍ରୀକାନ୍ତ ଜୋନାଥନ କ୍ରିଷ୍ଟି ୨୧-୧୫,୨୩-୨୧ରେ ହରାଇବା ସହ ଭାରତ ପାଇଁ ଏହି ସ୍ୱର୍ଣ୍ଣିମ ବିଜୟ ହାସଲ କରିଛନ୍ତି ।

ଭାରତୀୟ ଟିମ ମାଲେସିଆ ଏବଂ ଡେନମାର୍କକୁ ହରାଇ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲରେ ପ୍ରବେଶ ପରେ ୧୪ ଥରର ଥୋମାସ କପ ଚାମ୍ପିୟନ ଇଣ୍ଡୋନେସିଆକୁ ପରାସ୍ତ କରିଛି ।

ଏହି ବିଜୟ ପରେ ଭାରତୀୟ ଖେଳୀଳୀଙ୍କୁ ୧ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର । ଏହା ସହ ଦଳକୁ ଶୁଭେଚ୍ଛା ଜଣାଇଥିଲେ |

ଅନ୍ୟପଟେ ଆଜି ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଖେଳାଳୀ ମାନଙ୍କୁ ଓଡିଶା ସମ୍ବୋଧିତ କରିବାକୁ ଯାଉଛି | ଏଥିଲାଗି କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଲୋକସେବା ଭବନ ଠାରେ ଏକ ସମ୍ବୋଧନସଭା ଆୟୋଜିତ ହୋଇଛି | ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରଖି ସମସ୍ତଙ୍କୁ ସମ୍ବୋଧିତ କରିବେ |

Related Posts