ଆମ ଧୈର୍ଯ୍ୟର ପରୀକ୍ଷା ନିଅନ୍ତୁ ନାହିଁ: କୃଷକ ମୋର୍ଚ୍ଚା

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ ଧାରଣା ଦେଉଥିବା କୃଷକ ମୋର୍ଚ୍ଚା ପୁଣି ଆଜି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଆନ୍ଦୋଳନକାରୀ ଚାଷୀମାନଙ୍କ ସହ ଖୁବ ଶୀଘ୍ର କଥା ବାର୍ତ୍ତା ଆରମ୍ଭ କରିବାକୁ ଏଵଂ ଦାବି ଗୁଡ଼ିକ ଗ୍ରହଣ କରିବାକୁ କହିଛନ୍ତି । ତେବେ ଦୀର୍ଘ ତିନି ମାସ ଧରି ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶର ହଜାର ହଜାର କୃଷକ ଦିଲ୍ଲୀର ତିନିଟି ସୀମା ପଏଣ୍ଟ ଯଥାକ୍ରମେ ସିଙ୍ଗୁ, ଟିକ୍ରି ଏବଂ ଗାଜିପୁରରେ ଧାରଣା ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ତିନିଟି ଚାଷୀ ଆଇନ ରଦ୍ଦ କରିବା ଏବଂ ସର୍ବନିମ୍ନ ସହାୟତା ମୂଲ୍ୟ ପାଇଁ ଆଇନଗତ ଗ୍ୟାରେଣ୍ଟି ଦେବା ସହ ଅନ୍ୟାନ୍ୟ ଦୁଇଟି ପ୍ରସଙ୍ଗ ହେଉଛି ତାଙ୍କର ମୁଖ୍ୟ ଦାବି । ଏହି ଆନ୍ଦୋଳନରେ
470 ରୁ ଅଧିକ କୃଷକ ସହିଦ ହୋଇଛନ୍ତି। ଏପରିକି ଆନ୍ଦୋଳନକାରୀଙ୍କୁ ତାଙ୍କ ଚାକିରୀ, ଶିକ୍ଷା ତଥା ଅନ୍ୟାନ୍ୟ କାର୍ଯ୍ୟ ଛାଡିବାକୁ ମଧ୍ୟ ପଡ଼ିଛି । ଅନ୍ୟପଟେ ଯଦି ସରକାର ଚାଷୀଙ୍କ ବିଷୟରେ ଚିନ୍ତା କରନ୍ତି ଏବଂ ସେମାନଙ୍କ କଲ୍ୟାଣ ଚାହୁଁଛନ୍ତି ତାହାଲେ କେନ୍ଦ୍ରସରକାର ଖୁବଶୀଘ୍ର କୃଷକମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବା ଉଚିତ ବୋଲି କୃଷକ ମୋର୍ଚ୍ଚା କହିଛନ୍ତି । ଏବଂ ଦିନ ପରେ ଦିନ ଗଡ଼ାଇ ଚାଷୀମାନଙ୍କର ଧର୍ଯୋକୁ ପରୀକ୍ଷା ନ କରିବା ପାଇଁ କେନ୍ଦ୍ରସରକାରଙ୍କୁ ଚେତାବନୀ ଦେଇଛି ମୋର୍ଚ୍ଚା । ସବୁଠାରୁ ରୋଚକ କଥାଟି ହେଉଛି ବର୍ତମାନ ପର୍ଯ୍ୟନ୍ତ ଆନ୍ଦୋଳନ କରି ଚାଷୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ୧୧ ଥର ଆଲୋଚନା ହୋଇଛି । ହେଲେ କୌଣସି ନିଷ୍କର୍ଷ ବାହାରି ପାରି ନାହିଁ ।

Related Posts