ଇନଷ୍ଟାଗ୍ରାମରେ ଲାଇକ୍ ଓ କମେଣ୍ଟସକୁ ନେଇ ରାଜଧାନୀ ଦିଲ୍ଲୀରେ ଡବଲ ମର୍ଡର, ୨ ଗିରଫ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସାମାନ୍ୟ ଘଟଣାକୁ ନେଇ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଡବଲ ମର୍ଡର ଘଟଣା ସାମ୍ନାକୁ ଆସିଛି। ସୋଶାଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଲାଇକ୍ସ ଓ କମେଣ୍ଟସକୁ ନେଇ ପ୍ରଥମେ ପାଟିତୁଣ୍ଡ ଓ ପରେ ୨ ଜଣଙ୍କ ମୁଣ୍ଡ ଗଡ଼ିଛି। ବୁଧବାର ରାଜଧାନୀ ଦିଲ୍ଲୀର ଭାଲସୱା ଡାଏରୀରେ ଏପରି ଘଟଣା ଘଟିଥିବା ବେଳେ ପୁଲିସ୍‌ ଆଜି ଦୁଇ ଜଣଙ୍କୁ ଗରଫ କରିଛି ବୋଲି ସୂଚନା ମିଳିଛି।

ଏନେଇ ପୁଲିସ୍‌ ସୂଚନା ଦେଇ କହିଛି ଯେ, ବୁଧବାର ୧୮ ବର୍ଷୀୟ ସାହିଲ ଓ ୨୮ ବର୍ଷୀୟ ନିଖିଲିଙ୍କୁ ଏକାଧିକ ଥର ଛୁରୀ ଭୁଷି ହତ୍ୟା କରାଯାଇଥିଲା। ସେମାନେ ଜଣେ ଯୁବତୀଙ୍କୁ ଦେଖି କରିବାକୁ ଯାଇଥିବା ବେଳେ ଏପରି ଘଟଣା ଘଟିଛି। ସାହିଲ ଓ ଉକ୍ତ ଯୁବତୀଙ୍କ ମଧ୍ୟ ଇନଷ୍ଟାଗ୍ରାମରେ ବଢ଼ୁଥିବା ଲୋକପ୍ରିୟତାକୁ ନେଇ ବିବାଦ ଲାଗି ରହିଥିଲା। ଯୁବତୀଙ୍କ ଡାକରାକ୍ରମେ ସାହିଲ ଓ ନିଖିଲ ବୁଧବାର ଭାଲସୱା ଡାଏରୀ ନିକଟରେ ପହଞ୍ଚିଥିଲେ। ସେଠାରେ ଆକ୍ରମଣକାରୀମାନେ ଉଭୟଙ୍କୁ ମାଡ଼ ମାରିବା ସହ ଛୁରୀ ଭୁଷିଥିଲେ। ସେହିପରି ସେମାନଙ୍କ ବେକ କାଟିବାକୁ ମଧ୍ୟ ପ୍ରୟାସ କରାଯାଇଥିଲା। କିନ୍ତୁ କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଆକ୍ରମଣକାରୀମାନେ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକମାନେ ସାହିଲ ଓ ନିଖିଲଙ୍କୁ ତୁରନ୍ତ ହସ୍ପିଟାଲରେ ନେଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି।

ପୁଲିସ୍‌ ଏନେଇ କହିଛି ଯେ, ଆକ୍ରମଣକାରୀମାନଙ୍କୁ ଯୁବତୀ ଜଣକ ଚିହ୍ନିଛନ୍ତି ଓ କିଛି ଆକ୍ରମଣକାରୀ ତାଙ୍କୁ ଇନଷ୍ଟାରେ ଅନୁସରଣ ମଧ୍ୟ କରନ୍ତି। ପୁଲିସ୍‌ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଛି। ଯୁବତୀଙ୍କ ବିରୋଧରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କି ନାହିଁ, ସେନେଇ ସୂଚନା ମିଳିନଥିବା ବେଳେ। ଏବେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ପୁଲିସ୍‌ ଯାଞ୍ଚ କରି ଅଧିକ ତଦନ୍ତ କରୁଛି।

Related Posts