ଫୁଟବଲ ଏକାଡେମୀ ପ୍ରତିଷ୍ଠା ଦାବିରେ ଅଭିନବ ପ୍ରତିବାଦ, ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଫୁଟବଲ ଖେଳିଲେ ଖେଳାଳି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଡ଼ିଆରେ ନୁହେଁ ରାସ୍ତା ଉପରେ ଦେଖିବାକୁ ମିଳିଥିଲା ଫୁଟବଲ ମ୍ୟାଚ୍ । ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରୁ ଆଜି ସାମ୍ନାକୁ ଆସିଥିଲା ଏଭଳି ଦୃଶ୍ୟ ।ଏହି ଦୃଶ୍ୟ ଦେଖି ଅନେକଙ୍କ ମନରେ ପ୍ରଶ୍ନ ଆସିଥିଲା ଯେ, ଖେଳପଡ଼ିଆ ଛାଡ଼ି ରାସ୍ତା ଉପରେ ଖେଳାଳି ମାନେ କାହିଁକିି ଫୁଟବଲ ଖେଳୁଛନ୍ତି । କିନ୍ତୁ ଏହା କୌଣସି ପ୍ରତିଯୋଗିତା ନୁହଁ ବରଂ ଏହା ଥିଲା ପ୍ରତିବାଦ । ଖେଳାଳିମାନେ ଜିଲ୍ଲାରେ ଏକ ଫୁଟବଲ ଏକାଡେମୀ ପ୍ରତିଷ୍ଠା ଦାବିରେ ଏଭଳିି ନିଆରା ପ୍ରତିବାଦ କରିଛନ୍ତି।

ମୟୂରଭଞ୍ଜର ଅଗ୍ରଣୀ ସଂଗଠନ ଭଞ୍ଜ ସେନା ପକ୍ଷରୁ ଏହି ପ୍ରତିବାଦ ଆୟୋଜିତ ହୋଇଥିଲା । ଏହି ପ୍ରତିବାଦରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଖେଳାଳିମାନେ ଯୋଗଦେଇଥିଲେ । ଏନେଇ ଫୁଟବଲ ଖେଳାଳି ମାନେ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

Related Posts