କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ମିଳିବ ଦଶହରା ଭେଟି: ୩୦ରେ ଚାଷୀଙ୍କ ଖାତାକୁ ଯିବ ପିଏମ କିଷାନ ଟଙ୍କା

ଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ସହାୟତା ପାଉଥିବା ଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାର ଦଶହରା ଭେଟି ଦେବେ । ଦେଶରେ କୋଟି କୋଟି ଚାଷୀଙ୍କ ଖାତାକୁ ଖୁବଶୀଘ୍ର ୧୨ ତମ କିସ୍ତି ଡିପୋଜିଟ କରାଯିବ ।

ଗଣମାଧ୍ୟମର ରିପୋର୍ଟ ମୁତାବକ କେନ୍ଦ୍ର ସରକାର ଚଳିତମାସ ୩୦ ତାରିଖ ଅର୍ଥାତ ୨ ଦିନ ପରେ ଦେଶର କୋଟି କୋଟି ଚାଷୀଙ୍କ ଖାତାକୁ ୧୨ ତମ କିସ୍ତି ଟଙ୍କା ପଠାଯିବ । ଏବେ ଦଶହରା ଚାଲୁଥିବାରୁ ଏହା ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଦଶହରା ଭେଟି ବୋଲି କୁହାଯାଉଛି ।

କେନ୍ଦ୍ର ସରକାର ଏପ୍ରିଲ ୧ ତାରିଖରୁ ଜୁଲାଇ ମାସ ମଧ୍ୟରେ ଚାଷୀଙ୍କ ଖାତାକୁ ଏହି ଯୋଜନାର ପ୍ରଥମ କିସ୍ତି ପଠାଇଥାନ୍ତି । ଏହାପରେ ଅଗଷ୍ଟ ୧ ତାରିଖରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ଦ୍ୱିତୀୟ କିସ୍ତି ଓ ଡିସେମ୍ବର ୧ ତାରିଖରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ତୃତୀୟ କିସ୍ତି ଜମା କରିଥାନ୍ତି । ଏପର୍ଯ୍ୟନ୍ତ ସରକାର ଏହି ଯୋଜନାରେ ୧୧ ତମ କିସ୍ତି ଚାଷୀଙ୍କ ଖାତାରେ ଜମା କରିସାରିଛନ୍ତି ।

ଆପଣଙ୍କୁ କହିରଖୁ କି ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ କେନ୍ଦ୍ର ସରକାରଙ୍କ ତରଫରୁ ଚାଷୀଙ୍କ ଖାତାକୁ ପ୍ରତିବର୍ଷ ୩ ଟି କିସ୍ତିରେ ୬ ହଜାର ଟଙ୍କା ପଠାଉଛନ୍ତି । ଏବେ ଦେଶରେ କୋଟି କୋଟି ଚାଷୀ ଏହି ଯୋଜନାର ଲାଭ ପାଉଛନ୍ତି ।

Related Posts