ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ରୂପେ ଶପଥ ନେବା ସମସ୍ତ ଓଡିଶା ବାସୀ ଏବଂ ପୂରା ଦେଶ ପାଇଁ ଗର୍ବର ବିଷୟ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷଙ୍କ ସହ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶପଥ ଗ୍ରହଣ ଉତ୍ସବ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ରୂପେ ଶପଥ ନେବା ସମସ୍ତ ଓଡିଶା ବାସୀ ଏବଂ ପୂରା ଦେଶ ପାଇଁ ଗର୍ବର ବିଷୟ । ସେ ମୋତେ ରାକ୍ଷୀ ବାନ୍ଧି ଥିବାରୁ ମତେ ଭାଇ ବୋଲି ସମ୍ବର୍ଦ୍ଧନ କରନ୍ତି ।ତାଙ୍କ ଶପଥ ସମାରୋହରେ ଭାଗ ନେଇ ମୁଁ ବହୁତ ଖୁସି ଅଛି ।

ସୂଚନା ଥାଉକି, ଚଳିତ ମାସରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଓଡ଼ିଶା ଆସିଥିଲେ ଦ୍ରୌପଦୀ ମୁର୍ମୁ । ସମସ୍ତଙ୍କ ବିଧାୟକଙ୍କଠାରୁ ସମର୍ଥନ ଲୋଡ଼ିଥିଲେ ଦ୍ରୌପଦୀ । ତେବେ ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ୱସନା ଦେଇଥିଲେ ଓ ପ୍ରତିଶୃତି ବି ଦେଇଥିଲେ । କହିଥିଲେ ଭଉଣୀ ପାଇଁ ଭାଇ ତାର ସମର୍ଥନ ଦେବ । ଠିକ ସେପରି ହୋଇଥିଲା । ସମସ୍ତଙ୍କ ସମର୍ଥନ ପାଇ ଜିତିଥିଲେ ଦ୍ରୌପଦୀ ମୁର୍ମୁ । ଆଉ ବନିଥିଲେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ।

Related Posts