ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିନା ଅନୁମତିରେ ରାଜଧାନୀରେ ପ୍ରବେଶ କରିଥିଲେ ଡ୍ରାଇଭର ସଂଘ । ଡ୍ରାଇଭର ମହାସଂଘ ପକ୍ଷରୁ ରାଜଧାନୀରେ ପ୍ରବେଶ ଘଟଣାକୁ ନେଇ ଡିସିପି ଉମାଶଙ୍କର ଦାଶ ପ୍ରତିକ୍ରିୟା ରଖିଛନ୍ତି । ୧୪୪ ଧାରା ଭଙ୍ଗ ହୋଇଥିବା ନେଇ କହିଛନ୍ତି ଡିସିପି । ବିନା ଅନୁମତିରେ ରାଜଧାନୀରେ ପ୍ରବେଶ କରିଥିଲେ ଡ୍ରାଇଭର ସଂଘ ।

ଅଟୋ ଓ ସାଧାରଣ ଲୋକଙ୍କୁ ଆକ୍ରମଣ ଘଟଣାରେ ପୋଲିସ ପକ୍ଷରୁ ୩ଟି ମାମଲା ରୁଜୁ କରାଯାଇଛି । ସଂଘ ପକ୍ଷରୁ କଟକ-ପୁରୀ ବାଇପାସ୍ରେ ଏକାଠି ହେବାକୁ କମିଶନରେଟ ପୋଲିସ ସହ ଆଲୋଚନା କରିଥିଲା ସଂଘ । ଏଥିପାଇଁ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ । ଏତେ ସଂଖ୍ୟକ ଲୋକ ଆସିବା ସୂଚନା ନପାଇବା ଗୁଇନ୍ଦା ବିଭାଗର ବିଫଳତା ବୋଲି କୁହାଯାଇପାରେ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି ।