ଆବୁଧାବି ଏୟାରପୋର୍ଟ ଉପରେ ଡ୍ରୋନ ଆକ୍ରମଣ; ଦୁଇ ଭାରତୀୟଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ଘଟିଛି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆବୁଧାବି ଏୟାରପୋର୍ଟ ଉପରେ ଡ୍ରନ ଆକ୍ରମଣ ହୋଇଛି । ଅନ୍ତାର୍ଜାତୀୟ ବିମାନବନ୍ଦର ଏବଂ ଏହାର ଆଖପାଖ ଅଞ୍ଚଳରେ ତିନୋଟି ବଡ଼ ବିସ୍ଫୋରଣ ଘଟିଛି। ଏହି ଆକ୍ରମଣ ଡ୍ରୋନ୍ ମାଧ୍ୟମରେ ହୋଇଥିବା ସନ୍ଦେହ କରାଯାଉଛି। ଏହି ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ଭାରତୀୟ ଏବଂ ଜଣେ ପାକିସ୍ତାନୀ ନାଗରିକ ଅଛନ୍ତି। ବିସ୍ଫୋରଣ ପରେ ବିମାନବନ୍ଦରରେ ମଧ୍ୟ ନିଆଁ ଲାଗିଯାଇଥିଲା। ସେପଟେ ୟୁଏଇ ତଦନ୍ତ ଆରମ୍ଭ କରିବା ପୂର୍ବରୁ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଏହି ଆକ୍ରମଣ ପାଇଁ ଦାୟୀ ବୋଲି କହିଥିଲେ।

ଏହା ସହ ୟୁଏଇ ଉପରେ ଆକ୍ରମଣ ଆରମ୍ଭ କରିବ ବୋଲି ଏହି ସଂସ୍ଥା ଏକ ବିବୃତ୍ତି ଜାରି କରିଛି। ଆବୁଧାବି ବିମାନ ବନ୍ଦରରେ ଜାତୀୟ ତୈଳ କମ୍ପାନୀର ପେଟ୍ରୋଲ ପରିବହନ କରୁଥିବା ଟ୍ୟାଙ୍କରରେ ଏହି ବିସ୍ଫୋରଣ ଘଟିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଟ୍ୟାଙ୍କର ଗୁଡ଼ିକରେ ନିଆଁ ଲାଗିବା ପୂର୍ବରୁ ଆକାଶରେ ଡ୍ରୋନ୍ ଆକୃତିର ଦୁଇଟି ଭିନ୍ନ ଜିନିଷ ଉଡ଼ୁଥିବାର ଦେଖିବାକୁ ମିଳିଥିଲା । ସେପଟେ ବିମାନ ବନ୍ଦରରେ ନିଆଁକୁ ଆୟତ୍ତ କରିବା ପାଇଁ ପୋଲିସ ଏବଂ ଅଧିକାରୀଙ୍କ ଏକ ଟିମ୍ ପଠାଯାଇଥିବାର ସୂଚନା ମିଳିଛି ।

Related Posts