ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ଘଟଣା: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ

ପୁରୀ : ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ । ୟୁଟ୍ୟୁବରେ ଏହାର ଭିଡ଼ିଓ ଭାଇରାଲ ହୋଇଛି । ତେବେ ଏହି ମାମଲାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। କେଉଁ ପରିସ୍ଥିତିରେ ଓ କେବେ ଡ୍ରୋନ ମାଧ୍ୟମରେ ଭିଡ଼ିଓ ଉତ୍ତୋଳନ କଲା ସେନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ, ଏଏସଆଇ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଥିବା ଶ୍ରୀମନ୍ଦିରର କୌଣସି ଫଟୋ କିମ୍ବା ଭିଡ଼ିଓ ଗ୍ରାଫି ହୋଇପାରିବନାହିଁ। ଭବିଷ୍ୟତରେ ଘଟଣାର ପୁନରାବୃତ୍ତି ନହେବା ପାଇଁ ନିଆଯିବ ପଦକ୍ଷେପ। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି. ଏସ. ଚନ୍ଦ୍ରଶେଖର ରାଓ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ପୁରୀ ଶ୍ରୀମନ୍ଦିର ଉପରେ ଉଡିଛି ଡ୍ରୋନ୍ । ୟୁଟ୍ୟୁବରେ ଭାଇରାଲ ହେଲା ଡ୍ରୋନରେ ନିଆଯାଇଥିବା ଶ୍ରୀମନ୍ଦିର ଭିଡିଓ । ଜଣେ ବଙ୍ଗୀୟ ୟୁଟ୍ୟୁବର ନିଜ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରି ଭାଇରାଲ୍ କରିଛି । ୟୁନିଫାଏଡ୍ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓ ଅପଲୋଡ଼ କରାଯାଇଛି ।

Related Posts