ଉଦଳା : ମୟୁରଭଞ୍ଜ ଜିଲ୍ଲା ଉଦଳା କୁଣ୍ଡାବାଇ ଫାଣ୍ଡିର କନଷ୍ଟେବଳ ଇଶ୍ବର ଚନ୍ଦ୍ର ମହାନ୍ତ ନିଳମ୍ବିତ । ନିଶା ଖାଇ ସର୍ବସାଧାରଣ ସ୍ଥାନରେ ବୁଲିବା ଏବେ ତାଙ୍କୁ ମହଙ୍ଗା ପଡିଛି । ଫଳରେ ମାତାଲ କନଷ୍ଟେବଳ ଇଶ୍ବର ଚନ୍ଦ୍ର ମହାନ୍ତ ନିଲମ୍ବିତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ କନଷ୍ଟେବଳ ଇଶ୍ବର ଚନ୍ଦ୍ର ମହାନ୍ତ ଉଦଳା-କପ୍ତିପଦା ରାସ୍ତାରେ ଥିବା ଏକ ମଦ ଦୋକାନ ସମ୍ମୁଖରେ ମଦ ପିଅ ପୁରା ନିଶାରେ ଚୁର ହୋଇଥିଲେ । ଗାଡିରୁ ପଡିଯିବା ସହ ମଦ ଦୋକାନ ସାମ୍ନାରେ ଶୋଇ ବି ପଡିଥିଲେ । ଏପରିକି ନିଶାରେ ଥିବା ଖୋଦ୍ ନିଜେ କନଷ୍ଟେବଳ ଇଶ୍ବର ଚନ୍ଦ୍ର ମହାନ୍ତ ମାନିଥିଲେ ।
ପୂର୍ବରୁ ମଧ୍ୟ ନିଶାସକ୍ତ ଅବସ୍ଥାରେ ଥିବା କଥା ମାନିଥିଲେ । ନିଶାସକ୍ତ ଥିବା ସମୟରେ ସସ୍ପେଣ୍ଡ କରିଦେଲେ କରି ଦିଅନ୍ତୁ ବୋଲି ମଧ୍ୟ କହିଥିଲେ । ଶେଷରେ ତାହା ହିଁ ହୋଇଛି । ଏହି ପୋଲିସ କନଷ୍ଟେବଳ ଚାକିରୀରୁ ନିଲମ୍ବିତ ହୋଇଛନ୍ତି ।
ସର୍ବସାଧାରଣ ସ୍ଥାନରେ ଏଭଳି ବ୍ୟବହାର ପାଇଁ ନିଲମ୍ବିତ ହୋଇଥିବା ଜଣାପଡିଛି।
