ଶିବସେନା ଦଳ ପରେ ଏବେ ଠାକରେ ପରିବାରରେ ଫାଟ; ଏକନାଥ ସିନ୍ଦେଙ୍କୁ ଭେଟିଲେ ବାଲ ଠାକରେଙ୍କ ବୋହୂ ସ୍ମିତା ଠାକରେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିବସେନା ଦଳ ପରେ ଏବେ ଠାକରେ ପରିବାରରେ ଫାଟ ଦେଖା ଯାଇଛି। ଏହାପରେ ଠାକରେ ପରିବାରରେ ସବୁ କିଛି ଠିକ ଠାକ୍ ଚାଲିଛି ତ ? ବୋଲି ପ୍ରଶ୍ନ ଉଠିଛି। କିଛି ଚିତ୍ର ଦେଖିଲେ ଲାଗୁଛି ବୋଧହୁଏ କିଛି ଠିକ୍ ଚାଲିନି । କାରଣ ଶିବସେନା ପ୍ରତିଷ୍ଠାତା ସ୍ୱର୍ଗତ ବାଲ ଠାକରେଙ୍କ ବୋହୂ ତଥା ଫିଲ୍ମ ନିର୍ମାତା ସ୍ମିତା ଠାକରେ ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟି କହିଛନ୍ତି । ସେ କହିଛନ୍ତି ସିନ୍ଦେ ଶିବସେନାର ଜଣେ ପୁରୁଣା ଶିବ ସୈନିକ୍ ସ୍ମିତା ଠାକେର ପରିବାରର ପ୍ରଥମ ସଦସ୍ୟ ଯିଏକି ସିନ୍ଦେଙ୍କୁ ଭେଟିଛନ୍ତି । ୩୯ ଜଣ ବିଧାୟକଙ୍କ ସହ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ ହେତୁ ଗତ ମାସରେ ମହା ବିକାଶ ଆଘାଡି (MVA) ସରକାର ଭୁଶୁଡି ପଡିଥିଲା । ଏହା ଏକ ସୌଜନ୍ୟମୂଳକ କଲ୍ ବୋଲି ସ୍ମିତା କହିଛନ୍ତି ।

ଦକ୍ଷିଣ ମୁମ୍ବାଇର ସରକାରୀ ଗେଷ୍ଟ ହାଉସ୍ ‘ସାହିଦ୍ରି’ରେ ସିନ୍ଦେଙ୍କୁ ଭେଟିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ଏକନାଥ ସିନ୍ଦେ ଜଣେ ପୁରୁଣା ଶିବ ସୈନିକ୍ ଯିଏ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।ମୁଁ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଏଠାକୁ ଆସିଛି । ମୁଁ ତାଙ୍କୁ ଏବଂ ତାଙ୍କ କାର୍ଯ୍ୟକୁ ବହୁ ବର୍ଷ ଧରି ଜାଣିଛି । ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ଥିଲା । ଆମେ ଦୀର୍ଘ ଦିନରୁ ପରସ୍ପରକୁ ଜାଣିଛୁ ତେଣୁ ଆଜି ମୁଁ ତାଙ୍କୁ ଭେଟିଥିଲି। ସ୍ମିତା ଠାକରେ କହିଛନ୍ତି ଯେ ଆଜି ସିନ୍ଦେ ବସିଥିବା ଚେୟାରକୁ ମୁଁ ସମ୍ମାନ କରେ । ମୁଁ ମଧ୍ୟ ତାଙ୍କ କାର୍ଯ୍ୟ ଜାଣିଛି ଏବଂ ମୁଁ ଜାଣେ ସେ ଶିବସେନାରେ କେତେ କାମ କରିଛନ୍ତି ।

ମୁଁ କେବଳ ସେମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସିଥିଲି । ଶିବସେନାରେ ହୋଇଥିବା ବିଦ୍ରୋହ ବିଷୟରେ ପଚରାଯିବାରୁ ସ୍ମିତା କହିଛନ୍ତି ଯେ ସେ ଜଣେ ସାମାଜିକ କର୍ମୀ । ରାଜନୀତିରେ ନ ଥିବାରୁ ସେ ଏହା ବିଷୟରେ କିଛି ଜାଣନ୍ତି ନାହିଁ । ସ୍ମିତା କହିଛନ୍ତି, ‘ମୁଁ ରାଜନୀତିରେ ନାହିଁ । ମୁଁ ଏହା ବିଷୟରେ କିଛି ଜାଣେ ନାହିଁ ।

ସୂଚନା ଅନୁସାରେ ସ୍ମିତା ହେଉଛନ୍ତି ବାଲ ଠାକରେଙ୍କ ପୁଅ ଜୟଦେବ ଠାକରେଙ୍କ ପତ୍ନୀ । ବର୍ତ୍ତମାନ ସେ ଅଲଗା ରୁହନ୍ତି ଏବଂ ସକ୍ରିୟ ରାଜନୀତିରେ ନାହାଁନ୍ତି। ସ୍ମିତା ଠାକରେ ବର୍ତ୍ତମାନ ଏକ ଫିଲ୍ମ ପ୍ରଡକ୍ସନ୍ କମ୍ପାନୀ ଚଳାଉଛନ୍ତି ।

Related Posts