ଭସାଣି ଶୋଭାଯାତ୍ରା ସମୟରେ କଟକରେ ୨ ସାହି ମଧ୍ୟରେ ଗଣ୍ଡଗୋଳ ଓ ଢେଲାମାଡ଼

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକରେ ଭସାଣି ଶୋଭାଯାତ୍ରା ସମୟରେ ୨ ସାହି ମଧ୍ୟରେ ଗଣ୍ଡଗୋଳ। ଝାଞ୍ଜିରିମଙ୍ଗଳା ଗଡ଼ା ନିକଟରେ ଦୁଇ ସାହି ମଧ୍ୟରେ ଢେଲାପଥର ମାଡ଼ ହୋଇଛି। ଖବର ପାଇ କମିଶନରେଟ୍‌ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ ଯେ, ଆଜି ଥିଲା ମାଆ ଦୁର୍ଗାଙ୍କୁ ଭସାଣି ଉତ୍ସବ। ମାଆଙ୍କ ଏହି ଭସାଣି ଉତ୍ସବ ଦେଖିବା ପାଇଁ କଟକରେ ହଜାର ହଜାର ଲୋକଙ୍କ ଭିଡ ଜମିଛି। ବର୍ଷା ସତ୍ତ୍ୱେ ଲୋକେ ଭସାଣି ଉତ୍ସବରେ ସାମିଲ ହୋଇଛନ୍ତି। ଏଥିପାଇଁ ସହରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହା ସତ୍ତ୍ୱେ ଆଜି ଦୁଇ ସାହି ଭିତରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି।

Related Posts