ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ ୮ଟା ୨୧ ମିନିଟରେ ଥରି ଉଠିଲା ବଙ୍ଗୋପସାଗର ପ୍ଲେଟ୍ । ରିକ୍ଟରସ୍କେଲରେ ଏହାର ତିବ୍ରତା ୫.୧ ରହିଛି । ପୁରୀ ଠାରୁ ସମୁଦ୍ର ମଧ୍ୟରେ ୪୩୧ କିଲୋମିଟର ଦୂରରେ ଭୂକମ୍ପର ସଂଘଠିତ ହୋଛି । ସମୁଦ୍ର ପୃଷ୍ଠରୁ ୧୦ କିମି ଆଭ୍ୟନ୍ତରରେ ଏହାର ଉତ୍ପତ୍ତି ସ୍ଥଳ ରହିଛି ।

ନ୍ୟାସନାଲ ସେଣ୍ଟର ଫର୍ ସିସ୍‌ମୋଲୋଜି ସୂଚନା ଅନୁଯାୟୀ, ସୋମବାର ସକାଳୁ ଭୂମିକମ୍ପ ଝଟକା ଲାଗିଥିଲା। ଥରି ଉଠିଥିଲା ବଙ୍ଗୋପସାଗ ପ୍ଲେଟ୍ । ଭୂକମ୍ପର ତିବ୍ରତା ରିକ୍ଟରସ୍କେଲରେ ୫.୧ ରେକର୍ଡ କରାଯାଉଛି । ଏହାର ଉତ୍ପତ୍ତି ସ୍ଥଳ ପୂର୍ବ-ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରହିଛି । ପୁରୀ ଠାରୁ ସମୁଦ୍ର ମଧ୍ୟରେ ୪୩୧ କିଲୋମିଟର ଏବଂ ପଶ୍ଚିମବଙ୍ଗର ହଳଦିଆ ଠାରୁ ୩୭୦ କିଲୋମିଟର ଦୂରରେ ଏହାର ସେଣ୍ଟର ରହିଛି । କ୍ଷୟକ୍ଷତି ବାବଦରେ କିଛି ସୂଚନା ମିଳିନାହିଁ । ନ୍ୟାସନାଲ ସେଣ୍ଟର ଫର୍ ସିସ୍‌ମୋଲୋଜି ପକ୍ଷରୁ ସୁନାମୀ ସତର୍କ ସୂଚନା ଦିଆଯାଇଛି ।