ଦିଲ୍ଲୀରେ ପୁଣି ଭୂ-କମ୍ପ ଝଟକା

ସତ୍ୟପାଠ ବ୍ୟୁରୋ : କରୋନା ସଙ୍କଟ ମଧ୍ୟରେ ସାରା ପୃଥିବୀ ଗତି କରୁଥିବା ବେଳେ ପୁଣି ୪ର୍ଥ ଥର ପାଇଁ ଦିଲ୍ଲୀରେ ଭୂ-କମ୍ପର ଝଟକା ଲାଗିଛି । ଭୂ-କମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୨ ରହିଥିଲା । ଏଥିପାଇଁ ବହୁ କମ୍ ଲୋକ ଏହାକୁ ଅନୂଭବ କରିପାରିଛନ୍ତି । ଦିଲ୍ଲୀରେ ବହୁବାର ଭୂ-କମ୍ପ ଅନୁଭୂତ ହୋଇଥିଲେ ବି ବର୍ତ୍ତମାନ ସୁଦ୍ଧା ଏଥିରେ କୌଣସି ଧନଜୀବନ ନଷ୍ଟ ହୋଇନାହିଁ । କୁହାଯାଉଛି ଯେ, ଏଥର ଭୂ-କମ୍ପର କେନ୍ଦ୍ର ପୀତମପୁରା ଅଞ୍ଚଳ ଥିଲା । ଏହା ପୂର୍ବରୁ ମେ ୧୦ରେ ଭୂକମ୍ପ ହୋଇଥିଲା, ଯାହାର ତୀବ୍ରତା ରେକ୍ଟର ସ୍କେଲରେ ୩.୫ ଥିଲା ।

Related Posts