ଓଡ଼ିଶା ପାଇଁ ଖୁସି ଖବର; ରାଜ୍ୟରେ ସୁସ୍ଥ ହେଲେ ଆଉ ୮ କରୋନା ଆକ୍ରାନ୍ତ

ମେଟ୍ରୋ ଟିଭି ବ୍ୟୁରୋ : ରାଜ୍ୟ ପାଇଁ ଖୁସି ଖବର । ଆଉ ୮ ଜଣ କରୋନା ପଜିଟିଭ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୧୬୬ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ତେବେ ସୁସ୍ଥ ହୋଇଥିବା ୮ ଜଣଙ୍କ ମଧ୍ୟରେ ଯାଜପୁର ଜିଲ୍ଲାରୁ ୪ ଜଣ, ଭଦ୍ରକ ଜିଲ୍ଲାରୁ ଦୁଇ ଜଣ, ବାଲେଶ୍ବର ଜିଲ୍ଲାରୁ ଜଣେ ଏବଂ କେନ୍ଦୁଝର ଜିଲ୍ଲାରୁ ଜଣେ ରହିଛନ୍ତି । ସମସ୍ତେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ।

Related Posts