ଅଗଷ୍ଟ ୧୫ରୁ ରାଜ୍ୟରେ ଆରମ୍ଭ ହେବ ଇକମୋ ସେବା

ecmo

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜ୍ୟରେ ଅଗଷ୍ଟ ୧୫ ତାରିଖରୁ ଇକମୋ ସେବା ଆରମ୍ଭ ହେବ । ତେଣୁ କଟକ ବଡମେଡିକାଲରେ ୯ଟି ମେସିନ ରଖାଯାଇଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଏଥିପାଇଁ ଆବଶ୍ୟକ ମାନବ ସମ୍ବଳଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ତେବେ ଗୋଟିଏ ଟିମ କଲିକତାରୁ ଟ୍ରେନିଂ ନେଇ ଫେରିଥିବା ବେଳେ ଆଉ ଗୋଟିଏ ଟିମ ଖୁବଶୀଘ୍ର କଲିକତା ଯିବେ ବୋଲି ସୂଚନା ମିଳିଛି । ଏପରିକି ସମସ୍ତ ମେସିନ ଇନଷ୍ଟଲ ହୋଇସାରିଛି । ଏହା ସହ ପ୍ରସ୍ତୁତିକରଣ ପ୍ରାୟ ଶେଷ ହୋଇଛି । ୯ଟି ମେସିନିକୁ ଆମେ ଦୁଇ ଭାଗରେ ବିଭକ୍ତ କରାଯିବ ।

ଏବଂ ଅଧିକ ଲୋକଙ୍କର କୋଭିଡରୁ ଭଲ ହେବା ପରେ ଇକମୋ ମେସିନର ଆବଶ୍ୟକ ପଡୁଛି । ତେଣୁ କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ପାଇଁ ବଡ଼ ୟୁନିଟ୍ କରାଯିବ ଓ ସଂକ୍ରମିତଙ୍କ ପାଇଁ ଛୋଟ ୟୁନିଟ୍ କରାଯିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଅପରିପକ୍ଷରେ କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ଲାଗି ୬ଟି ମେସିନ ବ୍ୟବହାର ହେବ ଓ ସଂକ୍ରମିତଙ୍କ ଲାଗି ୩ଟି ମେସିନ ବ୍ୟବହାର କରାଯିବ ବୋଲି ଡିଏମଇଟି କହିଛନ୍ତି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮୫୮୨୭ ରେ ପହଞ୍ଚିଛି ।

ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୬୩୭ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୪୫୯ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ରାଜ୍ୟରେ ୧୨୪୮୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୬୬୯୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ୬୩୬୬ରେ ପହଞ୍ଚିଛି ।

Related Posts