ଟୋକିଓ ଅଲମ୍ପିକ: ପଦକରୁ ଅଳ୍ପକେ ବର୍ତ୍ତିଲେ ଅଦିତି ଅଶୋକ

aditi

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଟୋକିଓ ଅଲମ୍ପିକରେ ଭାରତୀୟ ଗଲ୍ପର ଅଦିତି ଅଶୋକ ପଦକ ଜତିବାରେ ଅଳ୍ପକେ ବର୍ତ୍ତି ଯାଇଥିଲେ । ମହିଳା ଏକକ ଷ୍ଟ୍ରେକ ପ୍ଲେ’ରେ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି । ହେଲେ ଅନ୍ତିମ ସପ୍ତାଦଶ ହୋଲରେ ସେ ତୃତୀୟରୁ ଚତୁର୍ଥ ସ୍ଥାନକୁ ଖସିଯାଇଥିଲେ । ଅପରିପକ୍ଷରେ ଅଦିତି ରିଓ ଅଲିମ୍ପିକରେ ୪୧ ତମ ସ୍ଥାନ ପାଇଥିଲେ । ଏବଂ ଟୋକିଓ ଅଲମ୍ପକିରେ ଚତୁର୍ଥ ସ୍ଥାନରେ ରହିଥିଲେ । ତେବେ ଅଦିତି ଶେଷ ହୋଲ୍ପରେ ପଦକ ହରାଇଛନ୍ତି । ଆମେରିକାର ନେଲି କୋର୍ଡା ଏହି ପ୍ରତିଯୋଗିତାରେ ଗୋଲ୍ଡ ଜିତିଛନ୍ତି । ଆଦିତି ୧୩ ତମ ହୋଲ ପର୍ଯ୍ୟନ୍ତ ଦ୍ୱିତୀୟ ସ୍ଥାନରେ ରହିଥିଲେ । କିନ୍ତୁ ଶେଷ ୫ଟି ସଟରେ ସେ ଜାପାନର ମୋନେ ଇନାମୀ ଓ ନ୍ୟୁଜିଲାଣ୍ଡର ଲିଡିଆଙ୍କ ପଛରେ ରହିଯାଇଥିଲେ ।

Related Posts