
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ ଗିରଫ ମାମଲାରେ ଇଡିର ଆକ୍ସନ। ଅର୍ଚ୍ଚନା ନାଗ୍ଙ୍କ ଘରେ ଇଡିର ଖୋଳତାଡ଼ । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସତ୍ୟ ବିହାରସ୍ଥିତ ଘରେ ଇଡିର ପକ୍ଷରୁ ଚଢାଉ ଜାରି ରହିଛି । ଆଜି ସକାଳୁ ଇଡିର ୫ ଜଣିଆ ଟିମ୍ ଅର୍ଚ୍ଚନାଙ୍କ ଘରେ ପହଞ୍ଚି ତନଘନା କରୁଛନ୍ତି । ବେଆଇନ ଆର୍ଥିକ କାରବାରକୁ ନେଇ ଇଡି ଏହି ରେଡ କରୁଥିବା ଜଣାପଡିଛି। ଚଢାଉ ଚାଲିଥିବା ବେଳେ ସେଠାରେ ସ୍ଥାନୀୟ ପୋଲିସ ଓ ସିଆରପିଏଫ୍ ବାହିନୀ ନିୟୋଜିତ ରହିଛନ୍ତି । ଚଢ଼ଉ ବେଳେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ଭୁବନେଶ୍ବରର ସତ୍ୟବିହାର ଘର ବ୍ୟତୀତ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଥିବା ଅର୍ଚ୍ଚନା ନାଗଙ୍କ ପୈତୃକ ଘରରେ ମଧ୍ୟ ଇଡି ପକ୍ଷରୁ ଚଢାଉ କରାଯାଇଛି ।ଘର ବାହାରେ ସିଆରପିଏଫଙ୍କ ବାହିନୀଙ୍କୁ ମୁତୟନ କରାଯାଇଛି । କଡ଼ା ସୁରକ୍ଷା ବଳୟ ଭିତରେ ଇଡି ବିଭାଗର ଅଧିକାରୀ କରୁଛନ୍ତି। ଏହା ବ୍ୟତୀତ ଅର୍ଚ୍ଚନାଙ୍କ ଶାଶୁ ଘର ଜଳେଶ୍ବର ସମେତ ୬ଟି ସ୍ଥାନରେ ଇଡି ଚଢ଼ାଉ କରିଥିବା ଜଣାପଡିଛି।

ସେପଟେ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛି। ସେ ଜାମିନ ଆବେଦନ କରିବାର ଦିନକ ପରେ ଏହି ଚଢ଼ାଉ କରି ତାଙ୍କ ଘରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଉଥିବା ସୂଚନା ମିଳିଛି । ଏହାବ୍ୟତୀତ ଖଗେଶ୍ବରଙ୍କ ହଂସପାଳ ସ୍ଥିତ ଗାଡ଼ି ସୋରୁମ୍ ରେ ମଧ୍ୟ ଇଡି ଚଢାଉ କରିଥିବା ଜଣା ପଡ଼ିଛି। ଖଗେଶ୍ୱର ପାତ୍ରଙ୍କୁ ମଧ୍ୟ ଇଡି ଗିରଫ କରିପାରେ ବୋଲି କୁହାଯାଉଛି । ଟଙ୍କା ବ୍ଲାକ୍ ମେଲ ମାମଲାରୁ ହନିଟ୍ରାପ ମାମଲା ସହ ଧମକ ଦେବା ସାମ୍ନାକୁ ଆସିବା ପରେ ଅର୍ଚ୍ଚନା ନାଗ ଏବଂ ଖଗେଶ୍ୱରଙ୍କ ଭୂମିକା କଣ ରହିଛି ଏବଂ କଳା ଟଙ୍କା କେଉଁଠାରେ ରହିଛି ଇଡି ତାହାର ଖୋଳତାଡ କରିବାରେ ଲାଗିଛି ।
ସୂଚନାଯୋଗ୍ୟ ଯେ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ତାଙ୍କ ସ୍ୱାମୀ ଧନଞ୍ଜୟ ଚାନ୍ଦ ଗିରଫ ହୋଇ ଜେଲରେ ଅଛନ୍ତି । ତେବେ ଅନ୍ୟମାନେ ମଧ୍ୟ ଏଥିରେ ସଂପୃକ୍ତ ଥିବାବେଳେ ଇଡି ଆର୍ଥିକ ନେଣଦେଣ ମାମଲାରେ ଏହି ଚଢ଼ାଉ ନାଗଙ୍କ ସହଯୋଗୀ, ସଂପର୍କୀୟଙ୍କ ଘରେ ରେଡ କରୁଛି ।