ବିଜେଡ଼ି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ପଶିଲା ଇଡି, ଏକକାଳୀନ ୧୦ ସ୍ଥାନରେ ରେଡ୍

ଭୁବନେଶ୍ୱର,୧୫/୨(ସତ୍ୟପାଠ ବ୍ୟୁରୋ): ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ । ସେପରି ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ବି ରେଡ୍ । କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଚାଲିଛି ଏହି ରେଡ୍ ।

ସୂଚନା ଅନୁସାରେ, ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ନୂଆବଜାରସ୍ଥିତ ବାସଭବନରେ ଇଡିର ୬ଜଣିଆ ଟିମ୍ ଚଢ଼ାଉ କରିଛି ।ସେହିପରି ତାଙ୍କର କିଛି ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ଚଢାଉ କରିଛି । ଭଦ୍ରକ ସହରର ୪ଟି ସ୍ଥାନରେ ଓ ଭୁବନେଶ୍ୱରର ୬ଟି ସ୍ଥାନରେ ମୋଟ ୧୦ଟି ସ୍ଥାନରେ ଇଡି ରେଡ୍‌ କରିଥିବା ସୂଚନା ରହିଛି। ଏହାସହ ବରପଦା ଇଞ୍ଜିନିୟରିଙ୍ଗ କଲେଜ ସମେତ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ରେଡ୍ ହେଉଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ପ୍ରଫୁଲ୍ଲ ସାମଲ ମନ୍ତ୍ରୀ ଥିବାବେଳେ ବାରିପଦା ଇଞ୍ଜିନିୟରିଙ୍ଗ କଲେଜରେ ୨୦ କୋଟିରୁ ଅଧିକ ମୂଲ୍ୟର ଏକ ଜମି କେଳେଙ୍କାରୀ ହୋଇଥିଲା । ଇଞ୍ଜିନିୟରିଙ୍ଗ କଲେଜକୁ ଜମି ଦେବା ଘଟଣାରେ ଜାଲିଆତି ହୋଇଥିବା ନେଇ ସେ ସମୟରେ ପୋଲିସରେ ଅଭିଯୋଗ ହୋଇଥିଲା । କିନ୍ତୁ ଅଭିଯୋଗ ପରେ ମଧ୍ୟ କୌଣସି ତଦନ୍ତ ହୋଇନଥବା ଅଭିଯୋଗ ହୋଇଥିଲା । ପରେ ଏହି ମାମଲା ଇଡି ହାତକୁ ଆସିଥିଲା । ତେବେ ସେହି ମାମଲାକୁ ନେଇ ଆଜି ଇଡି ରେଡ୍ ଆରମ୍ଭ କରିଥିବା ନେଇ ସନ୍ଦେହ କରାଯାଉଛି ।

Related Posts