କଟକ ଗୋପାଳପୁରରେ ଓଲଟିଲା ବସ୍‌: ୧ ମୃତ, ୧୬ ଆହତ

 ଭୁବନେଶ୍ୱର,୧୪/୨(ସତ୍ୟପାଠ ବ୍ୟୁରୋ):   ଭୁବନେଶ୍ୱରରୁ କଟକ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଗୋପାଳପୁର ନିକଟରେ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଚନ୍ଦନ ନାମକ ଏକ ବସ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହେବାସହ ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

 ଖବର ପାଇ ଉଦ୍ଧାରକାରି ଦଳ ଘଟଣା ସ୍ଥଳରେ ପହଂଚିଛନ୍ତି । ବସର ଝରକା ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି ।

Related Posts