
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରେ ଇଡିର ରେଡ । ଏକାକାଳୀନ ୪ଟି ସ୍ଥାନରେ ଇଡି ପକ୍ଷରୁ ଚାଲିଛି ରେଡ୍। ସେପଟେ ମନି ଲଣ୍ଡରିଂ ମାମଲାରେ ଖଣି ମାଲିକ ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ୪ଟି ସ୍ଥାନରେ ରେଡ୍ । ଇଡି ପକ୍ଷରୁ ଏହି ସବୁ ସ୍ଥାନଗୁଡିକରେ ଚାଲିଛି ଚଢାଉ । ବୁଧବାର ସକାଳ ୮ଟାରୁ କେନ୍ଦୁଝର ଯୋଡ଼ାରେ ୨ଟି ଓ ଭୁବନେଶ୍ୱରର ୨ଟି ସ୍ଥାନରେ ଚଢାଉ ଚାଲିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।