ଆପ ବିଧାୟକ ଦୁର୍ଗେଶ ପାଠକଙ୍କୁ ଇଡିର ସମନ: ଉଦ୍ଦେଶ୍ୟ କଣ ଅବକାରୀ ନୀତି ନା କର୍ପୋରେସନ ନିର୍ବାଚନ କହି ବିଜେପିକୁ ଟାର୍ଗେଟ କଲେ ସିସୋଦିଆ

ନୂଆଦିଲ୍ଲୀ : ସଙ୍କଟରେ ଏବେ ଆମ୍ ଆଦମୀ ପାର୍ଟି (AAP) । ଜଣଙ୍କ ପରେ ଜଣେ ନେତା ଏବେ ଜେରାର ସମ୍ମୁଖୀନ ହେଉଛନ୍ତି । ଅବକାରୀ ନୀତିକୁ ନେଇ ଆମ୍ ଆଦମୀ ପାର୍ଟି (AAP) ର ସମସ୍ୟା ଯେପରି ଥମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି ।

ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବର୍ତ୍ତମାନ ଦଳର ବିଧାୟକ ତଥା ମ୍ୟୁନିସିପାଲିଟି ନିର୍ବାଚନର ଦାୟିତ୍ୱରେ ଥିବା ଦୁର୍ଗେଶ ପାଠକଙ୍କୁ ସମନ ଜାରି କରିଛି । ତେବେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି ଯେ ସେମାନଙ୍କର ଉଦ୍ଦେଶ୍ୟ କଣ ଅବକାରୀ ନୀତି ନା କର୍ପୋରେସନ ନିର୍ବାଚନ । ସିସୋଦିଆ ସୋମବାର ଟୁଇଟ୍ କରି କହିଛନ୍ତି ଯେ ଆଜି ଆମର ଏମସିଡି ନିର୍ବାଚନ ଇନଚାର୍ଜଙ୍କର ଏଥିରେ କ’ଣ ସମ୍ପର୍କ ଅଛି ? ସେମାନଙ୍କର ଟାର୍ଗେଟ୍ ମଦ ନୀତି ନା MCD ନିର୍ବାଚନ ? ଏହା କହି ସେ ବିଜେପିକୁ ଓଲଟା ପ୍ରଶ୍ନ କରିଛନ୍ତି ।

ସୂଚନା ଥାଉକି, ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ଦଳର ପ୍ରଥମ ଜାତୀୟ ଲୋକ ସମ୍ମିଳନୀରେ ଦିଲ୍ଲୀ ସିଏମ୍ କହିଛନ୍ତି ଯେ କେନ୍ଦ୍ର ସରକାର ତାଙ୍କ ଦଳର ମନ୍ତ୍ରୀ ଏବଂ ନେତାମାନଙ୍କୁ ଦୁର୍ନୀତି ମାମଲାରେ ଜଡିତ କରିବାକୁ ଚେଷ୍ଟା କରୁଛନ୍ତି । ଏହାର କାରଣ ହେଉଛି ବିଜେପି AAPର ଲୋକପ୍ରିୟତାକୁ ହଜମ କରିପାରୁନି । ସେ କହିଥିଲେ ଯେ ଆମର ବିଧାୟକଙ୍କ ବିରୋଧରେ ଏପର୍ଯ୍ୟନ୍ତ ୧୬୯ଟି ମାମଲା ରହିଛି ଏବଂ ଗୋଟିଏ ମାମଲାରେ ସେମାନଙ୍କୁ ଦଣ୍ଡିତ କରାଯାଇ ନାହିଁ ।

Related Posts