୭୦ବର୍ଷ ପରେ ଭାରତକୁ ଆସିଲା ଆଠଟା ଚିତାବାଘ

ନୂଆଦିଲ୍ଲୀ : ଭାରତକୁ ଆସିଲା ଚିତାବାଘ। ଦୀର୍ଘ ୭୦ ବର୍ଷ ପରେ ଭାରତକୁ 8ଟା ଚିତା ବାଘ ଆସିଛି ।ଜନ୍ମଦିନରେ ଦେଶବାସୀଙ୍କୁ ଏହି ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ମଧ୍ୟପ୍ରଦେଶର କୁନୋ ଅଭୟାରଣ୍ୟରେ ଆଜି ୮ଟି ଚିତାଙ୍କୁ ଛଡ଼ାଯିବ । ସ୍ବତନ୍ତ୍ର ଜମ୍ବୋ ଜେଟ୍ ନାମିବିୟାରୁ ଭାରତ ଅଣାଯାଇଛି ଏହି ୮ ଚିତା ।

ନିଜେ ପ୍ରଧାନମନ୍ତ୍ରୀ ମୋଦି ଚିତାଗୁଡ଼ିକୁ କୁନୋ ଅଭୟାରଣ୍ୟରେ ଛାଡ଼ିବେ । ଯେଉଁମାନଙ୍କୁ ଜନ୍ତାରେ ପୂରାଇ ବିମାନରେ ଅଣାଯାଉଛି । ବିମାନରେ ଅଣାଯାଉଥିବା ଚିତାବାଗ କାଳେ ବାନ୍ତି କରିବେ ସେଥିପାଇଁ ସେମାନଙ୍କୁ ଖାଲି ପେଟରେ ରଖାଯାଇଛି । ଚିତା ବାଘଙ୍କ ସହିତ ଓ୍ବାଇଲଡ୍ ଲାଇଫ୍ ଏକ୍ପପର୍ଟ, ଡାକ୍ତର, ସାଇଣ୍ଟିଷ୍ଟ ମଧ୍ୟ ଆସିଛନ୍ତି । ସକାଳ ସାଢ଼େ ୭ଟା ବେଳେ ଏହା ରାଜସ୍ଥାନରେ ପହଞ୍ଚିଥିଲେ । ସମସ୍ତ ୮ଟି ଚିତାବାଘଙ୍କ ଉପରେ ନଜର ରଖିବାକୁ ସେମାନଙ୍କ ଶରୀରରେ ସାଟେଲାଇଟ୍ ରେଡିଓ କଲାର ଲଗାଯାଇଛି ।

ଚିତାମାନଙ୍କ ମଧ୍ୟରେ ଅଛନ୍ତି ୩ ଟି ଅଣ୍ଡିରା ଓ ୫ ଟି ମାଈ ଚିତା । ଏହି ପ୍ରୋଜେକ୍ଟ ପାଇଁ ଖର୍ଚ୍ଚ ହେଉଛି ୨୨୪ କୋଟି ଟଙ୍କା। ଇରାନକୁ ଛାଡ଼ିଦେଲେ ଏସିଆର କୌଣସି ଦେଶରେ ଚିତା ନାହାନ୍ତି। ଦିନ ଥିଲା ଭାରତରେ ପ୍ରଚୁର ଚିତା ରହୁଥିଲେ । ହେଲେ ଶିକାର ଯୋଗୁଁ କାଳକ୍ରମେ ଏମାନେ ଲୋପ ପାଇଗଲେ । ଦୀର୍ଘ ୭୦ବର୍ଷ ପରେ ପୁଣି ଭାରତରେ ଚିତା ଦେଖିବାକୁ ମିଳିବା ।

Related Posts