ରାଜ୍ୟରେ ‘ଭାରତ ଯୋଡ଼ୋ’ କାର୍ଯ୍ୟକ୍ରମ ର ପ୍ରସ୍ତୁତି ପାଇଁ ଆଜି ଓଡିଶା ଆସୁଛନ୍ତି ଦିଗ୍‌ବିଜୟ ସିଂ ଓ ଜୟରାମ ରମେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଆଜିଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ଓ ସାଂସଦ ଜୟରାମ ରମେଶ। କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ‘ଭାରତ ଯୋଡ଼ୋ’ କାର୍ଯ୍ୟକ୍ରମର ପ୍ରସ୍ତୁତିକୁ ତଦାରଖ କରିବା ସହ ରାଜ୍ୟରେ ଦଳର ସ୍ଥିତି ପରଖିବାକୁ ଉଭୟ ନେତା ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ସହିତ ଓଡ଼ିଶା ପ୍ରଭାରୀ ଏ. ଚେଲ୍ଲାକୁମାର, ସହପ୍ରଭାରୀ ଜି. ରୁଦ୍ର ରାଜୁ, ଭାରତ ଯୋଡ଼ୋ ଯାତ୍ରାର ଓଡ଼ିଶା ରାଜ୍ୟ ପାଇଁ ଏଆଇସିସି ସଂଯୋଜକ ରାଗିଣୀ ନାୟକ ମଧ୍ୟ ଏହି ଗସ୍ତରେ ସାମିଲ ହୋଇଛନ୍ତି।

ଶନିବାର ସନ୍ଧ୍ୟାରେ ଏହି ନେତାମାନେ ଭୁବନେଶ୍ୱରରେ ପହଞ୍ଚିବେ। ରବିବାର ଅପରାହ୍ନରେ ସମସ୍ତ କାର୍ଯ୍ୟକ୍ରମ ଶେଷକରି ନେତାମାନେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଏନେଇ କଂଗ୍ରେସ ମିଡିଆ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି। ସମସ୍ତ କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ ଉପସ୍ଥିତ ରହିବେ ବୋଲି ସେ ସୂଚନା ଦେଇଛନ୍ତି।

Related Posts