ବିଜେପିରେ ମିଶିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ଭୁବନେଶ୍ୱର,୫/୪(ସତ୍ୟପାଠ ବ୍ୟୁରୋ):  ବିଜେପିରେ ମିଶିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ। ଗତକାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ରମେଶ ସାଏ। ନଳିନୀ ପ୍ରଧାନଙ୍କୁ ଦଳ ଟିକେଟ ଦେବାରୁ ବିଜେଡି ଛାଡ଼ିଥିଲେ ରମେଶ। ଆଜି ବିଜେପିରେ ସାମିଲ ହୋଇଛନ୍ତି ରମେଶ ଚନ୍ଦ୍ର ସାଏ।

ଶତାଧିକ ସହଯୋଗୀଙ୍କ ସହ କତଡାଠାରେ ଅନୁଷ୍ଠିତ ବୁଥ ସ୍ତରୀୟ ବିଜେପି କର୍ମଶାଳାରେ ସାମିଲ ହୋଇଛନ୍ତି। ୨୦୧୯ରେ ରମେଶ ଚନ୍ଦ୍ର ସାଏ ବିଜେପି ପ୍ରାର୍ଥୀ ଭାଗିରଥୀ ପ୍ରଧାନଙ୍କୁ ୪୭ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି ବିଜୟୀ ହୋଇଥିଲେ। 

 ଆଠମଲ୍ଲିକ ବିଧାୟକ ରମେଶ ସାଏ କାଲି ବିଜେଡିର ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ। ତେବେ ଦଳ ତାଙ୍କୁ ଚଳିତ ବର୍ଷ ଟିକେଟ ନଦେଇ ନଳିନୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ବିଜେଡିରୁ ଟିକେଟ ନପାଇବା ପରେ ସେ ଗତକାଲି ବିଜେଡି ଛାଡି ଆଜି ବିଜେପିରେ ଯୋଗ ଦେଇଛନ୍ତି ।

Related Posts