ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ: ଦେବେନ୍ଦ୍ର ଫଡଣବିସ

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ମହାସଙ୍କଟ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଆନୁଷ୍ଠାନିକ ଘୋଷଣା ହୋଇ ଯାଇଛି। ସେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଆଜି ସନ୍ଧ୍ୟା ୭ଟା୩୦ରେ ସେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ଏକନାଥ ସିନ୍ଦେଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି ଦେବେନ୍ଦ୍ର ଫଡଣବିସ।

ଫଡଣବିସ କହିଛନ୍ତି ଯେ, ଶପଥ ସମାରୋହ ପରେ କ୍ୟାବିନେଟ୍ ବିସ୍ତାର କରାଯିବ। ପରବର୍ତ୍ତୀ ସମୟରେ ଶିବସେନା ଏବଂ ବିଜେପି ନେତା ମନ୍ତ୍ରୀ ପଦର ଶପଥ ନେବେ। ମୁଁ ରାଜ୍ୟ ସରକାରରୁ ବାହାରେ ରହିବି ବୋଲି କହିଛନ୍ତି ଫଡଣବିସ। ସେ କହିଛନ୍ତି ଯେଉଁମାନେ ହିନ୍ଦୁତ୍ଵ ଏବଂ ବୀର ସଭରକରଙ୍କୁ ବିରୋଧ କରନ୍ତି ଶିବସେନା ତାଙ୍କ ସହ ମେଣ୍ଟ କରିଥଲା। ଶିବସେନା ରାଜ୍ୟବାସୀଙ୍କ ଜନାଦେଶକୁ ଅପମାନ କରିଥିଲା। ଜନତା ମହାବିକାଶ ଅଘାଡିକୁ ଭୋଟ୍ ଦେଇନଥିଲେ। ନିର୍ବାଚନରେ ବିଜେପି ସବୁଠୁ ବଡ ପାର୍ଟି ଥିଲା ବୋଲି ଦେବେନ୍ଦ୍ର ଫଡଣବିସ କହିଛନ୍ତି।

Related Posts