ରାଜ୍ୟରେ ୭୫ହଜାର ସରକାରୀ ନିଯୁକ୍ତି ଆସନ୍ତା ବର୍ଷ ସୁଦ୍ଧା ପୂରଣ ହେବ: ଦେବେନ୍ଦ୍ର ଫଡନାଭିସ୍

ମୁମ୍ବାଇ: ମହାରାଷ୍ଟ୍ର ସରକାର ସରକାରୀ ନିଯୁକ୍ତି କୁ ନେଇ ବଡ଼ ଘୋଷଣା କରିଛନ୍ତି । ମହାରାଷ୍ଟ୍ରରେ ୭୫ ହଜାର ସରକାରୀ ଚାକିରି ଘୋଷଣା କରିଛନ୍ତି। ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍। ଆସନ୍ତା ବର୍ଷ ଏହି ପଦବି ପୂରଣ ହେବ ବୋଲି ଫଡନାଭିସ କହିଛନ୍ତି।

ନାଗପୁର ବିମାନବନ୍ଦରରେ ଗଣମାଧ୍ୟମକୁ ସମ୍ବୋଧନ କରି ଫଡନାଭିସ ପ୍ରଧାନମନ୍ତ୍ରୀଙ୍କ ୧୦ ଲକ୍ଷ ଚାକିରି ପ୍ରତିଶ୍ରୁତିକୁ ପ୍ରଶଂସା କରିଛନ୍ତି। ଏନେଇ ସେ କହିଛନ୍ତି “ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିବା ଏହି ପଦକ୍ଷେପ ସହିତ ଆମ ସରକାର ମଧ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ରାଜ୍ୟରେ ୭୫ ହଜାର ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି।”

ଏହି ୭୫ ହଜାର ନିଯୁକ୍ତି ଭିତରେ ୧୮ ହଜାର ଭେକେନ୍ସି ପୁଲିସ ବିଭାଗରେ ରହିଛି। ଆସନ୍ତା ୫ରୁ ୭ ଦିନ ଭିତରେ ନିଯୁକ୍ତି ନେଇ ବିଜ୍ଞାପନ ପ୍ରକାଶ ପାଇବ ବୋଲି ଫଡ଼ନାଭିସ କହିଛନ୍ତି। ଆସନ୍ତା ବର୍ଷ ସୁଧା ଆମେ ରାଜ୍ୟରେ ୭୫ ହଜାର ନିଯୁକ୍ତି ଦେବୁ ବୋଲି ସେ ଘୋଷଣା କରିଛନ୍ତି। ସ

ମିଶନ ମୋଡ୍‌ରେ ଭାରତରେ ୧୦ ଲକ୍ଷ ନିଯୁକ୍ତି କଥା କହିଥିଲେ ପ୍ରଧାନମନ୍ତ୍ରୀ। ଏହି ଯୋଜନାର ଆରମ୍ଭ ସ୍ୱରୂପ ଶନିବାର ୭୫ ହଜାର ନିୟୁକ୍ତି ପତ୍ର ବାଣ୍ଟିଥିଲେ ମୋଦୀ

Related Posts