ନୂଆ ରାଜନୈତିକ ଦଳ ଗଠନକୁ ନେଇ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ବଡ ସୂଚନା….

ପାଟଣା: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏକ ନୂଆ ରାଜନୈତିକ ଦଳ ଗଢିବା ନେଇ ଲାଗିରହିଥିବା ଚର୍ଚାରେ ପୁର୍ନେଛେଦ ପକାଇଛନ୍ତି | ନିକଟରେ ସେ ନିଜର ଏକ ନୂଆ ଦଳ ଗଢ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ଏବେ ସେ ସମସ୍ତ ଆଲୋଚନା ଓ ଚର୍ଚାରେ ପୁଣେଛେଦ ପକାଇଛନ୍ତି | ସେ କୌଣସି ନୂଆ ଦଳ ଗଢ଼ିବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି।

ବିହାର ରାଜଧାନୀ ପାଟନାର ଜ୍ଞାନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କିଛି ନୂଆ ରାଜନୈତିକ ରଣନୀତି ବାବଦରେ ଖୁଲାସା କରିଛନ୍ତି ପ୍ରଶାନ୍ତ କିଶୋର।

ସେ କହିଛନ୍ତି, ନୂତନ ଚିନ୍ତାଧାରା ସହିତ ବିହାରକୁ ପରିବର୍ତ୍ତନ କରିବାକୁ ପଡିବ। ବିହାର ବିକାଶ ପାଇଁ ନୂଆ ନୀତି ଆବଶ୍ୟକ। ଯଦି ଆବଶ୍ୟକ ପଡେ ତେବେ ରାଜନୈତିକ ଦଳ ଗଠନ କରାଯିବ। ଏହା କେବଳ ମୋର ନୁହେଁ ସମସ୍ତଙ୍କ ଦଳ ହେବ ବୋଲି ପିକେ ଘୋଷଣା କରିଛନ୍ତି। ଜନ ସୁରଜ ପାଇଁ ଗାଁରୁ ଗ୍ରାମାଞ୍ଚଳକୁ ଯିବେ। ପ୍ରଶାନ୍ତ କିଶୋର ୩ ହଜାର କିଲୋମିଟର ପଦଯାତ୍ରା କରିବେ ବୋଲି ଘୋଷଣା କରିଛନ୍ତି। ଏହା ଅକ୍ଟୋବର ୨ରୁ ପଶ୍ଚିମ ଚମ୍ପାରଣରୁ ଆରମ୍ଭ ହେବ।

ନିର୍ବାଚନ ରଣନୀତିଜ୍ଞ କହିଛନ୍ତି ଯେ ‘ଯେଉଁମାନେ ବିହାରରେ ସାମାଜିକ ତଥା ରାଜନୈତିକ କ୍ଷେତ୍ର ସହ ଜଡିତ ଅଛନ୍ତି, ସେମାନଙ୍କୁ ଏକ ପ୍ଲାଟଫର୍ମରେ ଯୋଗାଇ ଦିଆଯିବ। ୪ରୁ ୫ ମାସ ଭିତରେ ଏପରି ୧୭ ହଜାରରୁ ଅଧିକ ଲୋକଙ୍କୁ ଚିହ୍ନଟ କରାଯାଇଛି।’

ଲାଲୁ ଏବଂ ନୀତୀଶ ଶାସନର ୩୦ ବର୍ଷ ପରେ ବି ବିହାର ହେଉଛି ଦେଶର ସବୁଠାରୁ ପଛୁଆ ଏବଂ ଗରିବ ରାଜ୍ୟ। ବିକାଶର ଅନେକ ପାରାମିଟର ଉପରେ ବିହାର ଆଜିବି ଦେଶର ସର୍ବନିମ୍ନ ସ୍ତରରେ ରହିଛି। ଯଦି ବିହାର ଆଗାମୀ ସମୟରେ ଅଗ୍ରଣୀ ରାଜ୍ୟ ତାଲିକାରେ ଆସିବାକୁ ଚାହୁଁଛି, ତେବେ ଏଥିପାଇଁ ନୂତନ ଚିନ୍ତାଧାରା ଏବଂ ନୂତନ ପ୍ରୟାସ ଆବଶ୍ୟକ ବୋଲି ପିକେ କହିଛନ୍ତି।

ନିକଟରେ ବିହାର ବାସିନ୍ଦା ହୋଇଥିବାରୁ ଏହିଠାରୁ ହିଁ ନିଜର ରାଜନୈତିକ ଦଳ ଗଢିବେ ବୋଲି ଚର୍ଚ୍ଚା ହେଉଥିଲା। ପ୍ରଶାନ୍ତ କିଶୋର ସ୍ୱରାଜ ଯାତ୍ରା ବାବଦରେ ଟୁଇଟ୍ କରିଥିଲେ। ତେଣୁ ତାଙ୍କ ଦଳର ନାଁ ମଧ୍ୟ ସ୍ୱରାଜ ରହିପାରେ ବୋଲି କୁହାଯାଉଥିଲା। କିନ୍ତୁ ସେ ଏହି ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣଛେଦ ପକାଇଛନ୍ତି। ସେ କୌଣସି ରାଜନୈତିକ ଦଳ ଗଢ଼ିବେ ନାହିଁ ବୋଲି ସଫା ସଫା ମନା କରିଛନ୍ତି।

ସୂଚନାଯୋଗ୍ୟ, ବିଜେପି, କଂଗ୍ରେସ, ଜେଡିୟୁ,ଟିଏମସି ଭଳି ବଡ଼ ଦଳ ପାଇଁ ପ୍ରଶାନ୍ତ କିଶୋର ରଣନୀତିକାର ରହିଛନ୍ତି। ସେ ଜେଡିୟରୁ ଉପସଭାପତି ରହିଥିଲେ। କିନ୍ତୁ ସୁପ୍ରିମୋ ନୀତିଶଙ୍କ ସହ କନ୍ଦଳ ଯୋଗୁଁ ଦଳରୁ ଇସ୍ତଫା ଦେଇଥିଲେ। ଏହାପରେ ନିକଟରେ ସେ କଂଗ୍ରେସରେ ଯୋଗ ଦେବେ ବୋଲି କୁହାଯାଉଥିଲା। କିନ୍ତୁ ସେ କଂଗ୍ରେସରେ ଯୋଗ ଦେବା ପ୍ରସ୍ତାବକୁ ଖାରଜ କରିଛନ୍ତି।

Related Posts