ମୟୂରଭଞ୍ଜରେ ନିର୍ବାଚନୀ ହିଂସା ! ମତଦାନ ପୂର୍ବରୁ ସରପଞ୍ଚ ପ୍ରାର୍ଥୀ ନିଖୋଜ

ଆଜି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ | ଏନେଇ ଆଜି ସମସ୍ତ ମତଦାନ କେନ୍ଦ୍ର ରେ ମତଦାତାମାନେ ନିଜ ନିଜ ମତଦାନ ସାବ୍ୟସ୍ତ କରୁଥିବା ବେଳେ, ଅନ୍ୟପଟେ ରାଜ୍ୟର ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି |

ମତଦାନ ପୂର୍ବରୁ ମୟୂରଭଞ୍ଜ ବିଶୋଇ ବ୍ଲକର ଭାତଛାତ୍ର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି | ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ନିଖୋଜ ସରପଞ୍ଚ ପ୍ରାର୍ଥୀ ହେଲେ ସଦାନନ୍ଦ ଟୁଡୁ। ସେ ଭାତଛାତ୍ର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିଲେ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସଦାନନ୍ଦ ରାତି ୮ଟା ସମୟରେ ବାଇକ୍ ଯୋଗେ ବାହାରକୁ ଯାଇ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଏନେଇ ଗତକାଲି ରାତିରେ ସଦାନନ୍ଦଙ୍କ ପତ୍ନୀ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପୁଲିସ ତାଙ୍କ ବାଇକ୍ ଜବତ କରିଛି। ଏପର୍ଯ୍ୟନ୍ତ ସଦାନନ୍ଦଙ୍କ କୌଣସି ପତ୍ତା ମିଳିନାହିଁ। ବିଶୋଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଆଜି ଭାତଛାତ୍ର ପଞ୍ଚାୟତରେ ନିର୍ବାଚନ ରହିଛି।

Related Posts