ପଶ୍ଚିମ ଦେଶଗୁଡ଼ିକୁ ଖୋଲାଖୋଲି ଧମକ ଦେଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ହସ୍ତକ୍ଷପ କଲେ ପରିଣାମ ହେବ ଭୟଙ୍କର

ୟୁକ୍ରେନ ଓ ରୁଷ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଧ୍ୟ | ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି | ଏଥସହ ଏହି ବିବାଦ ମଧ୍ୟରେ ପଶ୍ଚିମ ଦେଶଗୁଡ଼ିକୁ ନପଶିବା ନେଇ ଖୋଲାଖୋଲି ଧମକ ଦେଇଛନ୍ତି | ଯଦି କୌଣସି ବାହାର ରାଷ୍ଟ୍ର ୟୁକ୍ରେନ ଓ ରୁଷ ବିବାଦ ମଧ୍ୟରେ ପଶିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ |

ପୁଟିନ କହିଛନ୍ତି, ମସ୍କୋ କେବେ ହେଲେ ୟୁକ୍ରେନକୁ ଦଖଲ କରିବାକୁ ଚାହୁଁନାହିଁ। ୟୁକ୍ରେନ ପଟୁ ବଢ଼ୁଥିବା ଧମକର ଉଚିତ ଜବାବ ଓ କିଭ୍‌ କରୁଥିବା ସାମରିକ ପଦକ୍ଷେପର ମୂଳପୋଛ କରିବାକୁ ଏପରି ପଦକ୍ଷେପ ନିଆଯାଉଛି। ଏଥପାଇଁ ଆମେ ମିଲିଟାରୀ ଅପରେସନର ନିଷ୍ପତ୍ତି ନେଇଛୁ। ଏବେ ସୀମାରେ ୟୁକ୍ରେନ ଓ ରୁଷ ଯବାନଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି। ତେଣୁ ସୁରକ୍ଷା ଚାହୁଁଥିଲେ ୟୁକ୍ରେନ ସୈନ୍ୟମାନେ ଆତ୍ମସମର୍ପଣ କରନ୍ତୁ ବୋଲି ସେ କହିଛନ୍ତି।

ଏଥିସହ ସେ ବାହାର ରାଷ୍ଟ୍ରଗୁଡ଼ିକୁ ଏଥିରେ ହସ୍ତକ୍ଷେପ ନ କରିବାକୁ କହିଛନ୍ତି। ପୁଟିନ କହିଛନ୍ତି, ଯଦି କେହି ଏହି ବିବାଦ ଭିତରେ ହସ୍ତକ୍ଷେପ କରିବେ, ତା’ହେଲେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଇତିହାସରେ କେହି କେବେ ଯାହା ସମ୍ମୁଖୀନ ହୋଇ ନଥିବେ, ଏବେ ସେମାନଙ୍କୁ ସେଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ।

Related Posts