ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି ଇଲେକ୍ଟ୍ରିକ୍ ଟ୍ରକ୍ ଏବଂ ଟ୍ରାକ୍ଟର: ନିତିନ୍ ଗଡକରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି ଇଲେକ୍ଟ୍ରିକ୍ ଟ୍ରକ୍ ଏବଂ ଟ୍ରାକ୍ଟର । ପେଟ୍ରୋଲ ଚାଳିତ ଟ୍ରକ୍ ଏବଂ ଟ୍ରାକ୍ଟର ଭଳି ମଧ୍ୟ ପାୱାରଫୁଲ ରହିବ ବିଦ୍ୟୁତଚାଳିତ ଟ୍ରକ୍ ଆଉ ଟ୍ରାକ୍ଟର । ଏକଥା ଆମେ କହୁ ନାହୁଁ, ଏକଥା ଖୋଦ୍ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ ଏକ ଜାତୀୟ ଗଣମାଧ୍ୟକୁ ସୂଚନା ଦେଇଛନ୍ତି । ନିତିନ୍ ଗଡକରି କହିଛନ୍ତି, ଏବେ ଦେଶର ସଡସ ନିର୍ମାଣ କ୍ଷେତ୍ରରେ ଅନେକ ସୁଧାର ଦେଖିବାକୁ ମିଳିଛି । ଭାରତରେ ଦୁନିଆର ନମ୍ବର-୧ ଅଟୋ ଇଣ୍ଡଷ୍ଟ୍ରି ବନିବାକୁ ଯାଉଛି । ସରକାର ସଡକ ଦୁର୍ଘଟଣା ରୋକିବା ଉପରେ କାମ କରୁଛନ୍ତି । ସେହିଭଳି ଇଲେକ୍ଟ୍ରିକ୍ ବାହାନକୁ ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ କହିଛନ୍ତି, ଲୋକେ ଇଲେକ୍ଟ୍ରିକ୍ ବାହାନ ପ୍ରତି ଆକୃଷ୍ଟ ହେଉଛନ୍ତି । ପେଟ୍ରୋଲ-ଡିଜେଲ ଚାଳିତ ଗାଡିକୁ ଛାଡି ଏବେ ବିଦ୍ୟୁତ ଚାଳିତ ଗାଡିକୁ ଆପଣାଉଛନ୍ତି ।

ଯାହା ଏକ ଭଲ ଖବର ନିଶ୍ଚୟ, ତେଣୁ ଏହାକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରିକ୍ ବାଇକ୍, ସ୍କୁଟର, କାର୍ ଏବଂ ବସ୍ ପରେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଇଲେକ୍ଟ୍ରିକ୍ ଟ୍ରକ୍ ଏବଂ ଟ୍ରାକ୍ଟର । ଆଗାମୀ ଦିନରେ ଲୋକେ ଯଦି ବାଇକ୍ କି କାର୍ କିଣିବା କଥା ଚିନ୍ତା କରନ୍ତି ତାହେଲେ ଇଲେକ୍ଟ୍ରିକ୍ ବାହନ ହିଁ ଯେପରି କିଣିବେ ସେଦିଗରେ ସରକାର କାମ କରୁଛନ୍ତି । ପେଟ୍ରୋଲ-ଡିଜେଲ ଚାଳିତ ଗାଡିରୁ ଅଧିକ ମାତ୍ରାରେ ପରିବେଷ ପ୍ରଦୂଷିତ ହେଉଛି । ଖାସ କରି ଦିଲ୍ଲୀରେ ଅଧିକ ପ୍ରଦୂଷଣ ଦେଖିବାକୁ ମିଳୁଛି ତେଣୁ ଲୋକେ ଇ-ବାହାନକୁ ବ୍ୟବହାର କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts