ଶିମିଳିପାଳ ହାତୀ ମୃତଦେହ ପୋଡ଼ିବା ଘଟଣା; ବିଷ ପିଇ ପ୍ରତ୍ୟକ୍ଷଦର୍ଶୀ ମୃତ

ଭୁବନେଶ୍ୱର,୧୬/୧୨ (ସତ୍ୟପାଠ ବ୍ୟୁରୋ): ଶିମିଳିପାଳ ଅଭୟାରଣ୍ୟର ଜେନାବିଲ ବନାଞ୍ଚଳରେ ଶିକାରୀ ଶିକାର କରି ଏକ ଦନ୍ତାହାତୀର ଦାନ୍ତ କାଟି ନେଇଥିଲେ। ତେବେ ଏହି ହାତୀ ମୃତ୍ୟୁକୁ ଲୁଚାଇବାକୁ ଦନ୍ତାହାତୀର ମୃତଦେହକୁ ବନ କର୍ମଚାରୀ ମାନେ ପୋଡ଼ି ଦେଇଥିଲେ । ଏହି ଘଟଣାରେ ସାମିଲ ଥିବା ତିନିଜଣ ବନ କର୍ମଚାରୀ ଗିରଫ ହୋଇଛନ୍ତି।

ତେବେ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ କୁହାଯାଉଥିବା ତୁରାମ ପୂର୍ତ୍ତି (୨୦) ଗତ ୧୧ ତାରିଖ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି।

ତୁରାମ ବନବିଭାଗ ଅଧୀନରେ ଦିନ ମଜୁରିଆ (ଟିପିଏ) ଭାବେ କାମ କରୁଥିଲେ। ସେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଅନୁସାରେ, ଘଟଣା ସମ୍ପର୍କରେ କାହାକୁ କିଛି ନ କହିବାକୁ ବନ ବିଭାଗର କିଛି କର୍ମଚାରୀ ତାଙ୍କୁ ଧମକ ଦେଇଥିଲେ। ଏପରିକି ତାଙ୍କର ଫଟୋ ବି ଉଠାଇ ରଖିଥିଲେ। ଏଥିରେ ଭୟଭୀତ ହୋଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

Related Posts