ଏନ୍.ଏଚ. ୧୮ରେ ଓଲଟିଲା ଯାତ୍ରୀବାହୀ ବସ; ୧୦ ଗୁରୁତର, ୩୦ରୁ ଉର୍ଦ୍ଧ୍ବ ଆହତ

ଭୁବନେଶ୍ୱର,୧୬/୧୨(ସତ୍ୟପାଠ ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ଜାତୀୟ ରାଜପଥ ୧୮ର କୁଳିଅଣା ଛକ ନିକଟରେ ରାସ୍ତା କଡକୁ ଓଲଟିଲା ଗୌରୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ। ଖିଞ୍ଚରୁ ବାରିପଦା ଅଭିମୁଖେ ଆସୁଥିବା ସମୟରେ ଆଗ ଚକ ଫାଟି ଯିବାରୁ ରାସ୍ତାର ବାମ ପଟକୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ପାଖାପାଖି ୧୦ ରୁ ଉର୍ଦ୍ଧ୍ବ ଗୁରୁତର ଥିବା ବେଳେ ୩୦ ଜଣରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

ତେବେ ସମସ୍ତ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ କୁଳିଅଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବାରିପଦା ସ୍ଥିତ ପିଆର୍‌ଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତ ଯାତ୍ରୀଙ୍କ ଚିକିତ୍ସା କରାଯାଉଛି। ଘଟଣା ସ୍ଥଳରେ କୁଳିଅଣା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରହିଛ । ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

Related Posts