ଅନ୍ତିମ ସତ୍କାର କରିବାକୁ ଯାଇ ନିଆଁରେ ଜଳି ଗଲେ ୧୧ଜଣ

ମୁମ୍ବାଇ: ମହାରାଷ୍ଟ୍ରର ତାଡିଓ୍ବାଲ ରୋଡରେ ଘଟିଛି ଏକ ବଡ଼ ଅଘଟଣ । ଅନ୍ତିମ ସତ୍କାର କରିବାକୁ ଯାଇଥିବା ବେଳେ ବଡ଼ ଅଘଟଣ ଘଟିଛି । ଏହି ସମୟରେ ନିଆଁରେ ପରିବାର ର ୧୧ଜଣ ଜଳି ଯାଇଛନ୍ତି।

ଗତକାଲି ସନ୍ଧ୍ୟା ସମୟରେ ଶ୍ମଶାନରେ ଏପରି ଘଟଣା ଘଟିଥିବା ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା 7ଟା ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଆତ୍ମହତ୍ୟା କରିଥିବା ବେଳେ ଅନ୍ତ୍ୟେଷ୍ଟି ପାଇଁ ସମସ୍ତେ କୈଳାଶ ଶ୍ମଶାନକୁ ଯାଇଥିଲେ । ଏହି ସମୟରେ କେହି ଜଣେ ଚିତା ଉପରେ ପେଟ୍ରୋଲ ପକାଇବାରୁ ନିଆଁ ବ୍ୟାପି ଯାଇଥିଲା । ଫଳରେ ୧୧ଜଣ ଗୁରୁତର ହୋଇଥିଲେ ।

ଏହାପରେ ସମସ୍ତଙ୍କୁ ସେସନ ଜେନେରାଲ ହସ୍ପିଟାଲ ଏବଂ ସୁରିୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ନେଇ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି । ତେବେ ଯୁବକଙ୍କ ଅନ୍ତେଷ୍ଟିକ୍ରିୟା ବେଳେ ୮୦ ଜଣ ଉପସ୍ଥିତ ଥିଲେ । ଅନ୍ୟ ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି ।

Related Posts