ଗାଦି ଛାଡିବେ ମହନ୍ତ, ମାଟିରେ ମିଶିବ ଏମାର ମଠ

ସତ୍ୟପାଠ ବ୍ୟୁରୋ : ରାଜି ହେଲେ ମହନ୍ତ । ବାହାରିବେ ବାହାରକୁ । ଭଙ୍ଗାଯିବ ଏମାର ମଠ । ଏନେଇ ପ୍ରଶାସନ ସହ ଆଲୋଚନା ସଫଳ ହୋଇଥିବା ସୂଚନା ଦେଇଛି ଜିଲ୍ଳା ପ୍ରଶାସନ । ଆଜି ସକାଳେ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସହ ତାଙ୍କର ଆଲୋଚନା ସଫଳ ହୋଇଥିବା ସୂଚନା ମିଳିଛି ।

ଗାଦିଛାଡି ବାହାରକୁ ଆସୁନଥିଲେ ମହନ୍ତ । ଫଳରେ ଗତକାଲି ଭଙ୍ଗା କାର୍ଯ୍ୟ ହୋଇପାରିନଥିଲା । ମଠ ଚାରିପଟେ ବୁଲଡୋଜର ବୁଲୁଥିଲେ ବି ଭିତରେ ମହନ୍ତ ରହିବା କାରଣରୁ ଭଙ୍ଗା ନହେବା ପାଇଁ ପ୍ରଶାସନ ନିଷ୍ପତି ନେଇଥିଲା । ଏନେଇ ମହନ୍ତଙ୍କ ସହ ଆଲୋଚନା ବି ହୋଇଥିଲା । କିନ୍ତୁ ମହନ୍ତ ରାଜି ହୋଇନଥିଲେ । ଗଣମାଧ୍ୟମ ବି ଅକ୍ଳାନ୍ତ ପରିଶ୍ରମ କରି ମହନ୍ତଙ୍କୁ ବୁଝାଇ ପାରି ନଥିଲା । ହେଲେ ଆଜି ଉପଜିଲ୍ଲାପାଳ ଭବତାରଣ ସାହୁ ଏଥିରେ ସଫଳ ହୋଇଛନ୍ତି । ମୁଖ୍ୟ ମନ୍ଦିର ବା ଗାଦିକୁ ଛାଡି ପୁରା ମଠକୁ ମାଟିରେ ମିଶାଇବାକୁ ପ୍ରଶାସନ ପ୍ରସ୍ତୁତି କରିଛି ।

ଆଜି ଏମାର ମଠର ମୁଖ୍ୟ ମନ୍ଦିର ବା ଗାଦିକୁ ଛାଡି ଅନ୍ୟ ସମସ୍ତ ଉଚ୍ଛେଦ ସାରିବାକୁ ପ୍ରଶାସନ ଯୋଜନା ରଖିଛି । ସେପଟେ ଆଜି ୨୦ଟି ଦୋକାନ ଭଂଗା ଯିବାକୁ ମଧ୍ୟ ଯୋଜନା ରହିଛି । ବଣିଆ ପଟି ରୁ ୧୦ରୁ ଅଧିକ ଗହଣା ଦୋକାନକୁ ଉଚ୍ଛେଦ କରାଯିବ । ସେପଟେ ଉଚ୍ଛେଦକୁ ନଜରରେ ରଖି ସେସୁ ପକ୍ଷର ବିଜୁଳି କାଟ୍ କରାଯାଇଛି । କାକୁଡି ଖାଇ ଛକରୁ ଦୋଳମଣ୍ଡପ ସାହି ଯାଏଁ ରାସ୍ତାକୁ ସିଲ୍ କରାଯାଇଛି । ସୁରକ୍ଷାରେ ପ୍ରାୟ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି ।

Related Posts