ନାଏବ ସରପଞ୍ଚଙ୍କୁ ଗଳା କାଟି ହତ୍ୟା

ସତ୍ୟପାଠ ବ୍ୟୁରୋ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଗତକାଲି ରାତିରେ ୧୦ରୁ ୧୫ ଜଣ ମାଓବାଦୀ ଛୋଟେଗୁଡ଼ରା ଗାଁର ନାଏବ ସରପଞ୍ଚଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ ତାଙ୍କ ଗଳାକାଟି ହତ୍ୟା କରିଥିଲେ। ଆଜି ସକାଳେ ତାଙ୍କ ମୃତଦେହ ପଡ଼ିଥିବା ନେଇ ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ।

ଗାଁରେ ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ମାଓବାଦୀମାନେ ଏଭଳି ବର୍ବର କାଣ୍ଡ ଘଟାଇଛନ୍ତି। ନିର୍ବାଚନକୁ କେନ୍ଦ୍ର କରି ସେମାନେ ଏହି ହିଂସାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।

Related Posts