ମାଲିକ ଚାମ୍ବରରୁ ୩୯ ଲକ୍ଷ ଚୋରି କରି ଧରାପଡ଼ିଲେ କର୍ମଚାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମାଲିକ ଚାମ୍ବରରୁ ୩୯ ଲକ୍ଷ ଚୋରି କରି ଧରାପଡ଼ିଲେ କର୍ମଚାରୀ । ହୋଟେଲ ମାଲିକ ଅଫିସ୍ ଚାମ୍ବରରୁ ଗଲା ପରେ ତାଙ୍କ ଆଲମିରା ଭାଙ୍ଗି ୩୯ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। କିନ୍ତୁ ହଜମ କରି ପାରିଲେନି ସବୁ ଚୋରି ଟଙ୍କା। ପୁଲିସରେ ଅଭିଯୋଗ ପରେ ହୋଇଥିଲା ତଦନ୍ତ। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ବୟାନକୁ ଆଧାର କରି ଖୋଳତାଡ କରିବା ବେଳେ ଶେଷରେ ମାଟି ତଳେ ଲୁଚାଇ ରଖିଥିବା ଚୋରି ଟଙ୍କାକୁ ପୁଲିସ ପାଇଛି। ଅଭିଯୁକ୍ତମାନଙ୍କ ଉପସ୍ଥିତିରେ ମାଟି ଖୋଳାଯାଇଥିଲା। ମାଟି ତଳୁ ବାହାରି ଥିଲା ଗୋଟିଏ ପ୍ଲାଣ୍ଟିକ୍ ବସ୍ତା। ଯେଉଁଥିରେ ଥିଲା ବିଡାବିଡା ହୋଇ ୫୦୦ ଟଙ୍କିଆ ନୋଟ। ସମ୍ବଲପୁରରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ଚୋର କର୍ମଚାରୀମାନଙ୍କ ପାଖରୁ ୩୨ ଲକ୍ଷ ୧୦ ହଜାର ଟଙ୍କା ଉଦ୍ଧାର କରିଛି।

ଅବଶିଷ୍ଟ ଟଙ୍କା କୁଆଡେ ଗଲା ସେ ନେଇ ଖୋଳତାଡ କରୁଛି। ଦେବଗଡ ଜିଲ୍ଲା ଅନ୍ତର୍ଗତ ବନକାଲୋ ଅଞ୍ଚଳର ମାଟି ତଳୁ ଏହି ଟଙ୍କା ବ୍ୟାଗ ବାହାର କରାଯାଉଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ହୋଟେଲର ପୂର୍ବତନ କର୍ମଚାରୀ ଦିଲେଶ୍ୱର ବେହେରା। ତାଙ୍କ ଘର ଦେବଗଡ ଜିଲ୍ଲା ରିଆମାଲ ଥାନା ଅନ୍ତର୍ଗତ ବନକାଲୋ ଅଂଚଳରେ। ଅନ୍ୟ ୩ ଜଣ ହୋଟେଲର କର୍ମଚାରୀ ତଥା ସହକାରୀ ରୋଷେୟା ମାନସ ପ୍ରଧାନ, ଓ୍ୱେଟର ଯୋଗେଶ୍ୱର ବେହେରା ଓ ରିସେପସନିଷ୍ଟ ଗୋବିନ୍ଦ ମଲ୍ଲିକ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts