ଜ୍ଞାନବାପୀ ମସଜିଦ ମାମଲା; ଅଦାଲତରେ ପୁରା ହୋଇପାରିଲାନି ତର୍ଜମା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜ୍ଞାନବ୍ୟାପି ମସଜିଦକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ସେପଟେ ଜ୍ଞାନବାପୀ ମାମଲାରେ ଗୁରୁବାର ଦିନ ବାରଣାସୀ ଜିଲ୍ଲା କୋର୍ଟରେ ଶୁଣାଣି ହୋଇଛି । ଏହି କ୍ରମରେ ପ୍ରଥମେ ମୁସଲିମ ପକ୍ଷ ନିଜର ଯୁକ୍ତି ଆରମ୍ଭ କରିଥିଲା । ହେଲେ କୋର୍ଟ ସମୟ ଶେଷ ହୋଇଥିଲେ ବି ମୁସଲିମ ପକ୍ଷ ନିଜର ଯୁକ୍ତି ଶେଷ କରିପାରି ନଥିଲା । ତେଣୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ମାସ ୩୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ହିନ୍ଦୁପକ୍ଷର ଓକିଲ ବିଷ୍ଣୁ ଶଂକର ଜୈନ କହିଛନ୍ତି କି ମୁସଲିମ ପକ୍ଷ ଆମ ଆବେଦନର ପାରାଗୁଡିକୁ ପଢିଲେ ଓ କୋର୍ଟରେ ଯୁକ୍ତି ରଖିବାକୁ ଚେଷ୍ଟା କରିଥିଲେ ଏହି ଆବେଦନ ଶୁଣାଣି ଯୋଗ୍ୟ ନୁହେଁ ।

ଏହାକୁ ନେଇ ହିନ୍ଦୁପକ୍ଷ ଓକିଲ କୋର୍ଟକୁ କହିଥିଲେ କି ଆମ ପାଖରେ ବିଶିଷ୍ଠ ଅଧିକାର ରହିଛି ଓ ଆମେ ସବୁ ଦଲିଲ କୋର୍ଟଙ୍କ ଠାରେ ଦାଖଲ କରିଛୁ । ଏହି କ୍ରମରେ ଉଭୟ ପକ୍ଷଙ୍କ ଯୁକ୍ତି ଦୀର୍ଘ ସମୟ ଚାଲିଥିଲା । ପାଖା ପାଖି ୨ ଘଂଟା ଧରି ଚାଲିଥିବା ଏହି ଶୁଣାଣି ବେଳେ ମୁସଲିମ୍ ପକ୍ଷର ଓକିଲ ଅଭୟ ନାଥ ଓ ମୁମତାଜ ଅହମ୍ମଦ ସେମାନଙ୍କର ଦଲିଲ ରଖିଥିଲେ । ଏହି କ୍ରମରେ ଉଭୟ ପକ୍ଷରୁ ମୋଟ ୩୬ ଜଣ କୋର୍ଟରେ ଉପସ୍ଥିତ ଥିଲେ । ମୁସଲିମ ପକ୍ଷ ଓକିଲ ପୂଜାର୍ଚ୍ଚନା ନିୟମର ଦ୍ୱାହି ଦେଇ ଯୁକ୍ତି ବାଢିଥିଲେ ଯେ ହିନ୍ଦୁ ପକ୍ଷ କରିଥିବା ଅଭିଯୋଗ ଶୁଣାଣି ଯୋଗ୍ୟ ନୁହେଁ ଓ ଶିବଲିଙ୍ଗକୁ ନେଇ ମିଥ୍ୟା ପ୍ରଚାର କରାଯାଉଛି । ସେପଟେ ହିନ୍ଦୁପକ୍ଷ ଓକିଲ ବିଷ୍ଣୁ ଶଂକର ଯୁକ୍ତି ବାଢିଥିଲେ କି ମସଜିଦରୁ ମିଳିଥିବା ଶିବଲିଙ୍ଗକୁ ନଷ୍ଟ କରିଦିଆଯାଇଛି ।

Related Posts