
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦଣ୍ଡାଦେଶ ପରେ ୟାସିନ ମଲିକଙ୍କ ସମର୍ଥନରେ ବିକ୍ଷୋଭ କରିବା ପଡ଼ିଲା ମହଙ୍ଗା । ହୋହଲ୍ଲା ଓ ବିକ୍ଷୋଭ ପ୍ରଦର୍ଶନ କରିଥିବା ୟାସିନ ମଲ୍ଲିକଙ୍କ ୧୦ ଜଣ ସମର୍ଥକଙ୍କୁ ପୁଲିସ ଗିରଫ କରିଛି। ଏହି ଆନ୍ଦୋଳନକାରୀମାନେ ଆଙ୍କବାଦୀ ନିରୋଧୀ ୟୁଏପିଏ ଆଇନକୁ ବିରୋଧ କରିବା ସହ ବିଭିନ୍ନ ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ। ଗତ କାଲି ମଧ୍ୟରାତ୍ରିରେ ପୁଲିସ ରେଡ୍ କରି ୧୦ ଜଣଙ୍କୁ ବାନ୍ଧିଛି। ପୁଲିସ କହିଛି ଯେ, ଅଭିଯୁକ୍ତମାନେ ଦଙ୍ଗା ଘଟାଇବାରେ ସମ୍ପୃକ୍ତ ଥିଲେ। ସେହିପରି ସେମାନେ ଦେଶ ବିରୋଧୀ ନାରା ଦେବା ସହ ସାମ୍ପ୍ରଦାୟିକ ବିଦ୍ୱେଷମୂଳକ ସ୍ଳୋଗାନ ଦେଇଥିଲେ।
ଏମାନେ ଗତକାଲି ୟାସିନ ମଲିକ ଘରେ ସମ୍ମୁଖରେ ରୁଣ୍ଡ ହୋଇଥିଲେ। ଗତକାଲି ମଧ୍ୟରାତ୍ରିରେ ଚଢ଼ାଉ କରି ୧୦ ଜଣଙ୍କୁ ଗିରଫ କରାଯାଇଛି। ଏ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ସେକ୍କସନ ୩ ଓ ୟୁଏପିଏ ଆକ୍ଟ ଲାଗିଛି। ୟାସିନ୍ ମଲିକଙ୍କ ସମର୍ଥକ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ଥିଲା । ଗତକାଲି ଶ୍ରୀନଗରର ମୈସୁମା ଇଲାକାରେ ଉତ୍ତେଜନା ଲାଗି ରହିଥିଲା। ୟାସିନ୍ ମଲିକଙ୍କ ସମର୍ଥକମାନେ ପୋଡ଼ା ଜଳା କରିବା ସହ ପୁଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ।