ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏହା ମଧ୍ୟରେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ସମଗ୍ର ପଶ୍ଚିମବଙ୍ଗ ନିଷ୍ପତ୍ତି ନେଇସାରିଛି, ଦିଦିଙ୍କୁ ହଟାଇବାର ସମୟ ଆସିଯାଇଛି, ଲୋକ ପରିବର୍ତ୍ତନ ନେଇ ଚିନ୍ତା କରୁଛନ୍ତି, ବିଜେପି କରିବ ଗୋର୍ଖା ସମସ୍ୟା ସମାଧାନ କରିବ ବୋଲି କହିଛନ୍ତି । ସେପଟେ ପଶ୍ଚିମବଙ୍ଗରେ ପ୍ରଥମ ପର୍ୟ୍ୟାୟ ମତଦାନ ଲାଗି ପ୍ରଚାରର ଶେଷଦିନରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମାରାଥନ ପ୍ରଚାର କରିଥିଲେ । ସିଲିଗୁଡ଼ି, ପଶ୍ଚିମ ବର୍ଦ୍ଧମାନ, ପଶ୍ଚିମ ଓ ପୂର୍ବ ମେଦିନୀପୁରରେ ଶାହ ପ୍ରଚାର କରି ତୃଣମୂଳ କଂଗ୍ରେସ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଜେପି ସରକାର ଗଠନ ପାଇଁ ଥରେ ସୁଯୋଗ ଦେଇ ପଶ୍ଚିମବଙ୍ଗ ଲୋକ ପରୀକ୍ଷା କରିବାକୁ ଅମିତ ଶାହ ଆହ୍ବାନ ଦେଇଥିଲେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖାଗୁପ୍ତା ପ୍ରମୁଖ ମଧ୍ୟ ପ୍ରଚାର କରିଛନ୍ତି। ସେପଟେ ତୃଣମୂଳ କଂଗ୍ରେସ ପାଲଟା ଜବାବ ଦେଇ ପ୍ରଚାର କରିଛି। ସଚିନ ପାଇଲଟ୍ ମଧ୍ୟ ପ୍ରଚାର କରିଥିଲେ।
