ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ, ଆସାମ ନିର୍ବାଚନ ଫଳାଫଳ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି ବଡ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ରାହୁଲ ଗାନ୍ଧୀ ଦାବି କରି କହିଛନ୍ତି ଯେ ଲୋକସଭାରେ ବିଜେପିର ୨୪୦ ସାଂସଦଙ୍କ ମଧ୍ୟରୁ ପ୍ରତ୍ୟେକ ଷଷ୍ଠ ସାଂସଦ ଭୋଟ ଚୋରି କରି ଜିତିଛନ୍ତି। ଯାହାକୁ ନେଇ ସାରା ଦେଶର ରାଜନୀତିକ ମାହଲ ଚଳଚଞ୍ଚଳ ହୋଇ ଉଠିଛି ।

କେବଳ ଏତିକି ନୁହଁ କେତେବେଳେ ଆସନ ହାତେଇବା ପାଇଁ ଭୋଟ ଚୋରି କରାଯାଏ, ଆଉ କେତେବେଳେ ସମ୍ପୂର୍ଣ୍ଣ ସରକାର। ଲୋକସଭାରେ ଥିବା ୨୪୦ ଜଣ ବିଜେପି ସାଂସଦଙ୍କ ମଧ୍ୟରୁ ପ୍ରାୟ ପ୍ରତ୍ୟେକ ଷଷ୍ଠ ସାଂସଦ ଭୋଟ ଚୋରି କରି ଜିତିଛନ୍ତି। ସେମାନଙ୍କୁ ଚିହ୍ନିବା କଷ୍ଟକର ନୁହେଁ – ଆମେ କ’ଣ ସେମାନଙ୍କୁ ବିଜେପି ଭାଷାରେ ‘ଅନୁପ୍ରବେଶକାରୀ’ କହିବା ଉଚିତ ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି ।

ଏହା ସହ ସେମାନେ ଯେଉଁ ସଂସ୍ଥାଗୁଡ଼ିକୁ ନିଜ ପକେଟରେ ରଖନ୍ତି, ଯେଉଁମାନେ ଭୋଟର ତାଲିକା ଏବଂ ନିର୍ବାଚନ ପ୍ରକ୍ରିୟାରେ ହେରଫେର କରନ୍ତି – ସେମାନେ ନିଜେ ‘ରିମୋଟ୍-କଣ୍ଟ୍ରୋଲର’। ସେମାନଙ୍କର ପ୍ରକୃତ ଭୟ ହେଉଛି ସତ୍ୟ। କାରଣ ଯଦି ନିରପେକ୍ଷ ନିର୍ବାଚନ ହୋଇଥାନ୍ତା, ତେବେ ସେମାନେ ଆଜି 140 ଟି ଆସନ ମଧ୍ୟ ଜିତିପାରିବେ ନାହିଁ ବୋଲି କହିଛନ୍ତି । ସେପଟେ ରାହୁଲ ଗାନ୍ଧୀଙ୍କ ବୟାନ ମମତା ବାନାର୍ଜୀଙ୍କ ଦ୍ୱାରା ଉଠାଯାଇଥିବା ଅଭିଯୋଗକୁ ପ୍ରତିଫଳିତ କରୁଥିବା ପରି ମନେ ହେଉଥିଲା ।

ଯିଏ ଦାବି କରିଥିଲେ ଯେ ରାଜ୍ୟରେ 100 ରୁ ଅଧିକ ଆସନ ଚୋରି ହୋଇଛି । ହେଲେ ଏହି ଅଭିଯୋଗକୁ ବିଜେପି ଖାରଜ କରିଦେଇଛି। ପୂର୍ବରୁ, ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ ବିଜେପି ୧୦୦ ରୁ ଅଧିକ ଆସନ ଲୁଟ କରିଛି ଏବଂ ନିର୍ବାଚନ କମିଶନକୁ ବିଜେପିର କମିଶନ ବୋଲି କହିଥିଲେ । ଏବଂ ବିଜୟକୁ ଅନୈତିକ ଓ ଅବୈଧ ବୋଲି କହିଥିଲେ।