ରାତି ପାହିଲେ ଖୋଲିବ ଇଭିଏମ । ଆସିବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । ଆଖିରେ ନିଜ ନଥିବା ବେଳେ, କଣ ହେବ ଫଳାଫଳ ସେନେଇ ଚାତକ ପରି ଚାହିଁ ରହିଛନ୍ତି ପ୍ରାଥି । ୟୁପିରେ କାହାକୁ ମିଳିଛି ଜନମତ ଇଭିଏମ୍ ଖୋଲିବା ପରେ ହେବ ସ୍ପଷ୍ଟ । ଏହାରି ପୁର୍ବରୁ ବିଜେପିକୁ ବହୁମତ ନେଇ ବୁଥ ବାହୁଡ଼ା ମତରେ ପୂର୍ବାନୁମାନ ହୋଇଛି । ସବୁଠାରୁ ବଡ଼ କଥା ହେଲା, କିଏ ଜିତିବ କିଏ ହାରିବ ଏନେଇ ଆରମ୍ଭ ହୋଇ ଯାଇଛି କଳ୍ପନାଜଳ୍ପନା । ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ ବାହୁଡା ମତକୁ ଆଧାର କରି ନିଜର ବିଜୟ ଦାବି କରୁଛନ୍ତି ରାଜନୈତିକ ଦଳ । ୟୁପିରେ ବିଜେପି ବହୁମତର ସହ ସରକାର ଗଠନ କରିବ ବୋଲି ବିଜେପି ଦାବି କରିଛି ।

ଅନ୍ୟପଟେ, ଭୋଟ ସରିଲା ପରେ ମଧ୍ୟ ଅଙ୍କକସା ଜାରି ରଖିଛନ୍ତି ରାଜନୈତିକ ଦଳ । ସମସ୍ତେ ନିଜ ନିଜ ବିଜୟକୁ ନେଇ ସ୍ପଷ୍ଟ ମତ ଦେଉଛନ୍ତି । ରାଜ୍ୟରେ ନିର୍ବାଚନ ଶେଷ ହୋଇଥିଲେ ରାଜନିତୀରେ ତାତି ଜାରି ରହିଛି । ଏକଜିଟ ପୋଲର ଗଣନାକୁ ଆଧାର କରି ବୟାନ ବାଜି କରୁଛନ୍ତି ନେତା । ଏବେ କିଏ ଜିତିବ ଆଉ ଉତ୍ତରପ୍ରଦେଶର ଉତ୍ତରାଧିକାରୀ ନିର୍ବାଚନୀ ମାହୋଲ ଭିତରେ କିଏ ହେବ ତାହା ଆସନ୍ତାକାଲି ସ୍ପଷ୍ଟ ହୋଇଯିବ । ସେପଟେ ଭୋଟ ଗଣତି କୁ ନେଇ ନିର୍ବାଚନ କମିଶନ ଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଲିସ ଫୋର୍ସ ମୁତୟନ କରାଯାଇଛି ।