ନରମିଲା ସ୍ୱର: ଋଷର ଦୁଇଟି ସର୍ତକୁ ମାନିଲେ ୟୁକ୍ରେନ ରାଷ୍ଟ୍ରପତି

14 ଦିନରେ ପହଂଚିଛି ୠଷ-ୟୁକ୍ରେନ ଯୁଦ୍ଧ । ଋଷ ସେନା ୟୁକ୍ରେନରେ ତାଣ୍ଡବ ରଚିଥିବା ବେଳେ, ଯୁଦ୍ଧ ବନ୍ଦ୍ ହେବା ନେଇ ଆଶଙ୍କା ମଉଳିବାକୁ ବସିଥିଲା । ଯୁଦ୍ଧ ସମାପ୍ତ ନେଇ ବସିଥିବା ତିନିତିନିଥର ବୈଠକ ବିଫଳ ହୋଇଛି । ତୃତୀୟ ବୈଠକରେ ଋଷ ଯୁଦ୍ଧ ସମାପ୍ତ କରିବା ନେଇ 4 ଟି ସର୍ତ ରଖିଥିଲା। ତେବେ ଯୁଦ୍ଧ ର ସ୍ଥିତି ଉଗ୍ର ହେଉଥିବା ବେଳେ ଏବେ ୟୁକ୍ରେନ ରାଷ୍ଟ୍ରପତି ଙ୍କ ସ୍ୱର ବଦଳିଥିବା ଜଣା ପଡ଼ୁଛି । ନାଟୋରେ ସଦସ୍ୟ ହେବାକୁ ୟୁକ୍ରେନ ଚାହୁଁ ନାହିଁ । ଋଷ ସେନା ଆଗରେ ଆଉ ଅଧିକ ଦିନ ତିଷ୍ଠିବାର ଆଶା ନଦେଖି ଶେଷରେ ବୁଝାମଣା କରିବାକୁ ରାଜି ହୋଇଛନ୍ତି । ଏହା ସହ ଯେଉଁ ଦୁଇଟି ୠଷ ସପକ୍ଷବାଦୀ ଓ ୟୁକ୍ରେନର ବିଚ୍ଛିନ୍ନତାବାଦୀ ଅଞ୍ଚଳକୁ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେବାକୁ ସେ ରାଜି ହୋଇଛନ୍ତି । ଆକ୍ରମଣ ପୂର୍ବରୁ ଋଷ ରାଷ୍ଟ୍ରପତି ପୁଟିନ୍ ଡୋନେସ୍କ ଓ ଲୋହାନସ୍କକୁ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେଇଥିଲେ ।
ଏବେ ପୁଟିନ୍ ଚାହୁଁଛନ୍ତି ଏହି ଦୁଇଟି ଅଞ୍ଚଳକୁ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେଉ ୟୁକ୍ରେନ୍ । ଯାହାକୁ ମାନି ଦେଇଛନ୍ତି ଜେଲେନସ୍କି । ତୃତୀୟ ପର୍ଯ୍ୟାୟ ଆଲୋଚନାରେ ଋଷ ୪ଟି ସର୍ତ ରଖିଥିଲା । ଏହା ମଧ୍ୟରୁ ଏହି ଦୁଇଟି ସର୍ତକୁ ମାନି ନେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଏହା ସହ ୟୁକ୍ରେନ୍ ରାଷ୍ଟ୍ରପତି ୟୁକ୍ରେନବାସୀ ମୃତାହତ ହେବା ପାଇଁ ପାଶ୍ଚାତ୍ୟ ଦେଶକୁ ଦାୟୀ କରିଛନ୍ତି । ପାଶ୍ଚାତ୍ୟ ଦେଶ ଋଷିଆର ଆକ୍ରମଣକୁ ପ୍ରତିହତ କରିବା ଓ ୠଷିଆକୁ ରୋକିବାରେ ବିଫଳ ହୋଇଥିବା କହିଛନ୍ତି । ୟୁକ୍ରେନବାସୀ ଜୀବନକୁ ବାଜି ଲଗାଇ ଲଢୁଥିବା ବେଳେ ସେମାନେ ଦେଖଣାହାରୀ ସାଜିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଜେଲେନସ୍କି ।

ଆସନ୍ତାକାଲି ତୁର୍କୀରେ ଦୁଇ ଦେଶ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବ । ପ୍ରଥମ ଥର ଦୁଇ ଦେଶର ବୈଦେଶିକ ମନ୍ତ୍ରିସ୍ତରୀୟ କଥାବାର୍ତା ପାଇଁ ସହମତି ହୋଇଛି । ତେବେ ୠଷିଆ ସର୍ତରେ ୟୁକ୍ରେନ୍ ରାଜି ହେଉଥିବାରୁ ଯୁଦ୍ଧ ସମାପ୍ତ ହେବା ନେଇ ସମ୍ଭାବନା ଦେଖାଦେଇଛି ।

Related Posts