ଚଞ୍ଚକତା କରି ଟଙ୍କା ଚଳୁ କରିବା ଅଭିଯୋଗରେ ତିହିଡି ଆରସା ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ନିଲମ୍ୱିତ

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଆରସା ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍କୁଲର ଉନ୍ନତିକରଣ ଟଙ୍କା ହଡପ ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ। ଚଞ୍ଚକତା କରି ଟଙ୍କା ଚଳୁ କରିଥିବା ଅଭିଯୋଗରେ ପୂର୍ବତନ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଇଛି । ଫଳରେ ତାଙ୍କୁ ନିଲମ୍ବିତ କରିଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ।

ରାଜ୍ୟ ସରକାର ଙ୍କର ଭ୍ରଷ୍ଟଚାର ବିରୋଧରେ ଶୂନ୍ୟ ସହନସିଲ ନୀତି ଅବଲମ୍ବନ କରି ଲଷ୍ମୀଧର ମଲିକଙ୍କୁ ନିଲମ୍ବନ କରାଯାଇଛି ।

ଖବର ଅନୁଯାୟୀ, ଆରସା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଥିବା ନକଲି ବିଲ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ । ଅଭିଯୋଗ ପରେ ଭଦ୍ରକ ଜିଲ୍ଲାପାଳ , ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପରେ ତଦନ୍ତ ରିପୋର୍ଟକୁ ବିଭାଗକୁ ପଠାଯାଇଥିଲା । ଏବେ ପୂର୍ବତନ ପ୍ରଧାନଶିକ୍ଷକ ନିଜେ ଜାଲ ବିଲ ଦେଇ ଟଙ୍କା ଆତ୍ମସାତ କରିଥିବା ନେଇ ତଥ୍ୟ ଓ ପ୍ରମାଣ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି । ଯାହାପରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି ।

Related Posts