ନବୀନ ନିବାସରେ ଶାସକ ଦଳର ରୁଦ୍ଧ ଦ୍ୱାର ବୈଠକ

ଭୁବନେଶ୍ୱର : ନବୀନ ନିବାସରେ ବସିଛି ଶାସକ ଦଳର ରୁଦ୍ଧ ଦ୍ୱାର ବୈଠକ । ୫୦ରୁ ଉର୍ଦ୍ଧ୍ୱ ନେତା ଏହି ବୈଠକରେ ଯୋଗ ଦେଇଛନ୍ତି । ବିଜେଡି ସୁପ୍ରିମୋଙ୍କ ଡ଼କରା ସମସ୍ତେ ଏକତ୍ରିତ ହୋଇଛନ୍ତି । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରଗଡ଼ ପର୍ଯ୍ୟବେକ୍ଷକ ସୁଧୀର ସାମଲ, ମନ୍ତ୍ରୀ ରୋହିତ ପୂଜାରୀ, ବିଧାୟକ ବ୍ରଜ ପ୍ରଧାନ ଓ ସୁଶାନ୍ତ ରାଉତଙ୍କ ଭଳି ଅନେକ ବଡ଼ ବଡ଼ ନେତାଙ୍କୁ ଚାଲିଛି ବୈଠକ । ତେବେ ବୈଠକର ମୁଖ୍ୟ ଏଜେଣ୍ଡା କଣ ଜଣାପଡିନି ।

Related Posts