ଓଡ଼ିଶା ପ୍ରଶାସନିକ ସେବା ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସ୍ତରରେ ଅଦଳବଦଳ । ମୋଟ୍‌ ୧୧ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି | ରାଜ୍ୟ ପଣ୍ୟାଗାର ନିଗମ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଗରଡ଼ିଆଙ୍କୁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତିି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ସେହିପରି ଇଡ୍‌କୋ ଜେନେରାଲ ମ୍ୟାନେଜର ଥିବା ଡ. ଗଣେଶ୍ୱର ଜେନାଙ୍କୁ ରାଜ୍ୟ ପଣ୍ୟାଗାର ନିଗମ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ଜଗତସିଂହପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତିଙ୍କୁ ଇଡେ୍‌କା ସିଜିଏମ୍‌ ଭାବେ ନିଯୁକ୍ତି ଦିଆଯାଇଛି ।ପୁରୀ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ) ସୁବାସ ଚନ୍ଦ୍ର ନାଥଶର୍ମାଙ୍କୁ ଇଡକୋ (ଏମଏସଏମ ଆଣ୍ଡ ଏମଇ) ଜିଏମ୍‌ ଭାବେ ନିଯୁକ୍ତି ମିଳିଛି ।

ସେହିପରି ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଥିବା ସୁଚାରୁ କୁମାର ବଳ ମୟୂରଭଞ୍ଜ ଏଡିଏମ୍‌ ଭାବେ ବଦଳି ହୋଇଛନ୍ତି । ସୁନ୍ଦରଗଡ଼ ଏଡିଏମ୍‌ ଭାବେ ଶିବୋ ଟପ୍ପୋଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟ କ୍ଷୁଦ୍ର ଖଣିଜ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଭାବେ ଦେବାଶିଷ ପଟ୍ଟନାୟକଙ୍କୁ ବଦଳି କରାଯାଇଛି । ଦେବାଶିଷ ଏବେ କୃଷି ମନ୍ତ୍ରୀଙ୍କ ଓଏସ୍‌ଡି ଅଛନ୍ତି । ଜଗତସିଂହପୁର ଡିଆରଡିଏ ପିଡି ଭାବେ ରୁଦ୍ରନାରାୟଣ ଦାସଙ୍କୁ ନିଯୁକ୍ତି ଦିଆଯାଇଛି । ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ପୁରୀ ଏଡିଏମ୍‌ ଓ ଆଲୋକ କୁମାର ପ୍ରଧାନଙ୍କୁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଏବଂ ପ୍ରେମାଂଶୁ ଚାନ୍ଦଙ୍କୁ କରଞ୍ଜିଆ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

ଆଗକୁ ଆଇଏଏସ ସ୍ତରରେ ବଦଳି ହେବ ବୋଲି ପ୍ରଶାସନିକ ମହଲରୁ ଖବର ମିଳିଛି । ଉଚ୍ଚଶିକ୍ଷା ବିଭାଗ ସମେତ କେତେ ପ୍ରମୁଖ ବିଭାଗରେ ଅଦଳବଦଳ ହେବା ସମ୍ଭାବନା ଅଛି ।

Related Posts