ପୁଅର ବାହାଘର ପ୍ରସେସନ ବାପା ପାଇଁ ପାଲଟିଲା କାଳ, ଚାଲିଗଲା ଜୀବନ

ମାଲକାନଗିରି: ପୁଅ ବିବାହ ପାଇଁ ବାପା ଦେଖିଥିଲେ ଅନେକ ସ୍ୱପ୍ନ। ଏଥିପାଇଁ ଦିଲ୍ଲୀରୁ ମାଲକାନଗିରିକୁ ଧାଇଁ ଆସିଥିଲେ। ହେଲେ ବାପାର ଏହି ସ୍ୱପ୍ନ ପାଣି ଫୋଟାକା ପରି ମିଳେଇ ଯାଇଥିଲା | ଚାଲିଗଲା ବାପାର ଜୀବନ | ମାଲକାନଗିରିରେ ଘଟିଛି ଏଭଳି ଏକ ଦୁଖଦ ଘଟଣା | ପୁଅର ବାହାଘର ପ୍ରସେସନ ଚାଲିଥିବା ବେଳେ ଡି.ଜେ ବାଜା ଶବ୍ଦରେ ବର ବାପାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ଦିଲ୍ଲୀ ନିବାସୀ ମହେନ୍ଦ୍ର ରହିଲା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଦିଲ୍ଲୀ ନିବାସୀ ମହେନ୍ଦ୍ର ରହିଲାଙ୍କ ପୁଅ ଅଙ୍କିତ ରହିଲା ଫେସ ବୁକରେ ମାଲକାନଗିରି ଜିଲ୍ଲାର ଜଣେ ଯୁବତୀଙ୍କୁ ପ୍ରେମ କରି ବସିଥିଲେ । ପ୍ରେମ ପରେ ଉଭୟଙ୍କ ପରିବାର ଲୋକେ ଏକାଠି ବସି ବାହାଘର ମଧ୍ୟ ଠିକ୍ କରିଥିଲେ । ବୁଧବାର ରାତିରେ ମାଲକାନଗିରି ସହରର ହୋଟେଲ ଗୋଲଡେନ ଭିଉ ସମ୍ମୁଖରୁ ବରଯାତ୍ରୀଙ୍କ ଶୋଭାଯାତ୍ରା ବାହାରିଥିଲା ଯାହା ଲାଠିଆଗୁଡା ଗାଁ ପର୍ଯ୍ୟନ୍ତ ଯିବାର ଥିଲା । ହେଲେ ପୁଅର ବାହାଘର ପ୍ରସେସନ ଚାଲିଥିବା ବେଳେ ହଠାତ୍ ରାସ୍ତା ଉପରେ ବର ବାପାଙ୍କ ମୃତ୍ୟୁ ହୋଇଛି । ବୃଦ୍ଧଙ୍କ ମୃତ୍ୟୁ ଡି.ଜେ ଶବ୍ଦ ଯୋଗୁଁ ହୋଇଛି ବୋଲି ସେଠାରେ ଚର୍ଚ୍ଚା ହେଉଛି । ତେବେ ମୃତ୍ୟୁର ସଠିକ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ଘଟଣା ସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ତାଙ୍କୁ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମହେନ୍ଦ୍ରଙ୍କ ମୃତ୍ୟୁ ପରେ ଦୁଇ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା।ଅଙ୍କିତଙ୍କ ବାହାଘର ଅଧାରେ ରହିଯାଇଛି।

Related Posts