ଚିନ୍ତା ପ୍ରକାଶ କଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର: ଭାରତ ଏବଂ ଚୀନ ମଧ୍ୟରେ ଥିବା ସଂପର୍କ ବହୁତ୍ ଖରାପ ସମୟ ଦେଇ ଗତି କରୁଛି

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ଧିରେ ଧିରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଅନେକ ପର୍ଯ୍ୟାୟରେ ସାମରିକ ଏବଂ କୂଟନୈତିକସ୍ତରରେ ଆଲୋଚନା ପରେ ବି କୌଣସି ନିଷ୍କର୍ଷ ବାହାରି ପାରୁନାହିଁ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ସିଧାସଳଖ ଏହାକୁ ନେଇ ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ସଂପର୍କ ବହୁତ କଠିନ ସମୟ ଦେଇ ଗତି କରୁଛି। ଯଦି ଦୁଇ ଦେଶ ସାଙ୍ଗରେ ଆସିବେ ନାହିଁ ତେବେ ଏସିଆ ଶତାବ୍ଦୀର ଅଗ୍ରଣୀ ମହାଦେଶ ହୋଇପାରିବ ନାହିଁ।

ଥାଇଲାଣ୍ଡର ଚୁଲାଲୋଙ୍ଗକୋ ବିଶ୍ଵ ବିଦ୍ୟାଳୟରେ ସେ କହିଛନ୍ତି, ଭାରତ ଏବଂ ଚୀନ ସମ୍ବନ୍ଧ ଏହା ଉପରେ ନିର୍ଭର କରେ ଯେ, ଦୁଇ ଦେଶ କେମିତି ନିଜ ହିତକୁ ସୌହାର୍ଦ୍ଦ୍ୟ ସହିତ ପୂରା କରୁଛନ୍ତି। ଚୀନର ନେତା ଦେଙ୍ଗ ଜିୟାପିଙ୍ଗଙ୍କ କଥାକୁ ମନେ ପକାଇ ଜୟଶଙ୍କର କହିଛନ୍ତି, ଏସିଆର ଶତାବ୍ଦୀ ତେବେ ହୋଇ ପାରିବ ଯେବେ ଭାରତ ଏବଂ ଚୀନ ଏକାଠି ଆସିବେ। ଆଜିର ସବୁଠୁ ବଡ ପ୍ରଶ୍ନ ଏହା ଯେ, ଭାରତ ଏବଂ ଚୀନ ମଧ୍ୟରେ ସଂପର୍କ କେଉଁ ଦିଗକୁ ଗତି କରୁଛି ?

ଜୟଶଙ୍କର କହିଛନ୍ତି, ସଂପ୍ରତି ଦୁଇ ଦେଶ ମଧ୍ୟରେ ସମ୍ବନ୍ଧ ବହୁତ ଖରାପ ସମୟ ଦେଇ ଗତି କରୁଛି। ଏହାର କାରଣ ସୀମାରେ ଚୀନର ବେଆଇନ ଗତିବିଧି। ଲଦାଖରେ ଏଲଏସି ନିକଟରେ ସ୍ଥିତିର ଉଲ୍ଲେଖ କରି ସେ କହିଛନ୍ତି, ଚୀନ ଯଥାସ୍ଥିତିକୁ ବଦଳାଇବା ପାଇଁ ଏକତରଫା ଉଦ୍ୟମ କରି ଚାଲିଛି। ଏହି କାରଣରୁ ଭାରତ ଏବଂ ଚୀନ ମଧ୍ୟରେ ସମ୍ବନ୍ଧ ବହୁତ ଖରାପ ହୋଇ ଯାଇଛି।

ଜୟଶଙ୍କର ଏବଂ ଚୀନର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଯେବେ ସାକ୍ଷାତ ହୋଇଥିଲା, ତେବେ ଆଶା କରାଯାଉଥିଲା ଯେ, ଧିରେ ଧିରେ ସମ୍ବନ୍ଧରେ ସୁଧାର ଆସିବ। ହେଲେ ଜୟଶଙ୍କର ସ୍ପଷ୍ଟ କରିଛନ୍ତି ଯେ ପର୍ଯ୍ୟନ୍ତ ସୀମାରେ ଉତ୍ତେଜନା କମି ନାହିଁ ଏବଂ ଶାନ୍ତି ସ୍ଥାପନ ହୋଇ ନାହିଁ ସେ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ସଂପର୍କରେ କୌଣସି ସୁଧାର ଆସିବ ନାହିଁ।

Related Posts