
ନୂଆଦିଲ୍ଲୀ: ସମଗ୍ର ଦେଶରେ ଜାରି ରହିଛି ଅସହ୍ୟ ଗରମ | ଏହାରି ମଧ୍ୟରେ ବିଦୂତ ସଙ୍କଟ ଏକ ପ୍ରମୁଖ ସଙ୍କଟ ଭାବେ ଉଭା ହୋଇଥିବା ବେଳେ, ଯାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି | ସେପଟେ ଆଗକୁ ରାଜଧାନୀ ଦିଲ୍ଲୀରେ ଆଗକୁ ଘୋର ବିଦ୍ୟୁତ୍ ସଙ୍କଟ ଉପୁଜିପାରେ ବୋଲୁଇ ଆଗୁଆ ଚେତାବନୀ ଦେଇଛନ୍ତି ସରକାର | ବିଜୁଳି ବିଭ୍ରାଟ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଭୋଗିପାରନ୍ତି। ଏପରିକି ମେଟ୍ରୋ ଏବଂ ହସପିଟାଲ ଗୁଡ଼ିକ ମଧ୍ୟ ବିଜୁଳିକାଟ ସମ୍ମସ୍ୟା ସମ୍ମୁଖିନ ହୋଇପାରନ୍ତି।
ଏନେଇ ଦିଲ୍ଲୀ ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆଗକୁ ଯେମିତି ବିଜୁଳି ସମସ୍ୟା ନଉପୁଜେ ସେନେଇ ବୈଠକରେ ଆଲୋଚନା ହୋଇଥିଲା। କୋଇଲା ସଙ୍କଟ ଯୋଗୁ ଦିଲ୍ଲୀରେ ବିଜୁଳି ସଙ୍କଟ ଉପୁଜିପାରେ।
ବିଶେଷ କରି ଦିଲ୍ଲୀର ଦାଦ୍ରି-୨ ଏବଂ ଉଞ୍ଚାହା ପାୱାର ଷ୍ଟେସନକୁ ବିଜୁଳି ୨୪ ଘଣ୍ଟା ଯୋଗାଣରେ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା କରିଛନ୍ତି ରାଜ୍ୟ ସରକାର। ଏହା ଫଳରେ ମେଟ୍ରୋ ଏବଂ ହସପିଟାଲ ଗୁଡ଼ିକ ଗୁରୁତର ପ୍ରଭାବିତ ହୋଇପାରେ। ବର୍ତ୍ତମାନ ଦିଲ୍ଲୀ ୨୫ରୁ ୩୦ ପ୍ରତିଶିତ ବିଜୁଳି ଆବଷ୍ୟକ କରୁଛି। ଯାହା ପାୱାର ଷ୍ଟେସନ ଗୁଡ଼ିକ ଯୋଗାଇ ଦେଇଛନ୍ତି। କିନ୍ତୁ ଏହି ଷ୍ଟେସନ ଗୁଡ଼ିକରେ କୋଇଲା ସମସ୍ୟା ଦେଖାଦେଲାଣି ବୋଲି ଶ୍ରୀ ଜୈନ କହିଛନ୍ତି।
ସେ କହିଛନ୍ତି, ପୂର୍ବରୁ ଆମକୁ ୪୦୦୦ ମେଗାୱାଟ ବିଦ୍ୟୁତ ମିଳୁଥିଲା, କିନ୍ତୁ ବର୍ତ୍ତମାନ ଏହା କମିଗଲାଣି। ସେ କହିଛନ୍ତି ଯେ ନିୟମ ଅନୁଯାୟୀ କୌଣସି ପାୱାର ପ୍ଲାଣ୍ଟରେ ୧୫ ଦିନରୁ କମ୍ ଷ୍ଟକ୍ ରହିବା ଉଚିତ୍ ନୁହେଁ, କିନ୍ତୁ ଅଧିକାଂଶ ପ୍ଲାଣ୍ଟରେ କୋଇଲା ଅଭାବ ଦେଖାଦେଲାଣି। । ବର୍ତ୍ତମାନ କୋଇଲାର ଏକ ବଡ ସମସ୍ୟା ଅଛି । ଯଦି ଏହା ଶୀଘ୍ର ସମାଧାନ ନହୁଏ, ତେବେ ସମସ୍ୟା ଆହୁରି ଖରାପ ହୋଇପାରେ । ତଥାପି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସରକାର।